କେବେ ଆକ୍ଟିଂ ସ୍କୁଲ ଯାଇନଥିଲେ ସୁଦ୍ଧା ବାଲିଉଡ଼ରେ ରାଜ କରୁଛନ୍ତି ଏହି କଳାକାର

ମୁମ୍ବାଇ: ବଲିଉଡରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବିମୋହିତ କରନ୍ତି । ସିନେମା ଆରମ୍ଭରୁ ଶେଷ ଯାଏଁ ଏହି କଳାକାରମାନେ ଦର୍ଶକଙ୍କୁ ସିନେମା ହଲରେ ବାନ୍ଧି ରଖନ୍ତି । ଏହିଭଳି ଏକ ନିଆରା ଅଭିନେତା ହେଉଛନ୍ତି ବରିଷ୍ଟ ଅଭିନେତା ପରେଶ ରାୱଲ। ନିକଟରେ ପରେଶ ପାଳନ କରିଛନ୍ତି ତାଙ୍କର ୬୫ତମ ଜନ୍ମଦିନ ।

ବଲିଉଡ ଦୁନିଆରେ ପ୍ରବେଶ କରିବା ପରେ କେବେ ପଛକୁ ଫେରି ଚାହିଁ ନାହାନ୍ତି । ପ୍ରାୟ ସବୁ ପ୍ରକାରର ଭୂମିକାରେ ସେ ଅଭିନୟ କରିଛନ୍ତି। ମଜାଦର ଭୂମିକା ହେଉ କି ସିରିୟସ, ସବୁଥିରେ ସେ ଦେଖାଇଛନ୍ତି ତାଙ୍କର ଅଭିନୟର ଯାଦୁ ।

ମୁମ୍ବାଇର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ପରେଶଙ୍କ ଉପରେ ନଥିଲା କ୍ୟାରିୟରର କୌଣସି ପ୍ରେସର।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସବୁ ଚରିତ୍ରକୁ ଉଚିତ ଭାବରେ ପ୍ରତିପାଦନ କରୁଥିବା ପରେଶ କେବେ କୌଣସି ଆକ୍ଟିଂ ସ୍କୁଲ ଯାଇ ନାହାନ୍ତି। ବଡ଼ ବଡ଼ କଳାକାରଙ୍କୁ ଅନୁକରଣ ସେ କରି ଅଭିନୟ ଶିଖିଥିବା ସେ କହିଛିନ୍ତି।

ପରେଶ ହେଉଛନ୍ତି ଅଭିନେତା ନାସିରଉଦ୍ଦିନ ଶାହଙ୍କ ବଡ଼ ପ୍ରଶଂସକ । କମେଡି ଫିଲ୍ମ ହେରାଫେରିରେ ବାବୁ ଭାଇ ଚରିତ୍ରରେ ଦେଖା ଦେଇଥିଲେ ପରଶ । ଏହି ସିନେମାରେ ସେ ବେଶ ପ୍ରଶଂସା ସାଉଣ୍ଟିଥିଲେ।

Leave a Reply

Your email address will not be published. Required fields are marked *