କୋଭିଡ ପଜିଟିଭ ଚିହ୍ନଟ ହେଲେ ରଜନୀକାନ୍ତ: ଏବେ କ୍ୱାରେଣ୍ଟାଇନରେ କରୋନା !

ମୁମ୍ବାଇ: କରୋନା ପଜିଟିଭ ଚିହ୍ନଟ ହେଲେ ସୁପରଷ୍ଟାର ରଜନୀକାନ୍ତ ! ଏକଥା ଆମେ କହୁନୁ ଆଜ୍ଞା ଏକଥା ସୋସିଆଲ ମିଡିଆରେ ସେୟାର କରିଛନ୍ତି ଛୋଟ ପରଦାର ଅଭିନେତା ରୋହିତ ରୟ।
ରୋହିତ ନିଜ ଇନଷ୍ଟାଗ୍ରାମରେ ଏଭଳି ଲେଖାଥିବା ଏକ ପୋଷ୍ଟ ସେୟାର କରିଛନ୍ତି। ଏହିପୋଷ୍ଟ ସେୟାର କରି ରୋହିତ ଲେଖିଛନ୍ତି ଯେ, “ରଜନୀକାନ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ବର୍ତ୍ତମାନ କ୍ୱାରେଣ୍ଟାଇନରେ ଅଛି”।

ଏଭଳି ଏକ ସମ୍ବେଦନଶୀଳ ଜୋକ୍ ସେୟାର କରିବା ପରେ ସମାଲୋଚକଙ୍କ କ୍ରୋଧର ଶିକାର ହୋଇଛନ୍ତି ରୋହିତ ।
ମଜା କରିବାକୁ ଯାଇ ଟ୍ରୋଲର ଶିକାର ହୋଇଛନ୍ତି ରୋହିତ। କ୍ରୋଧିତ ସମାଲୋଚକଙ୍କ ଟ୍ରୋଲ ଉତ୍ତର ଦେଇ ରୋହିତ କହିଛନ୍ତି। “ଦୟାକରି ଥଣ୍ଡା ହୁଅନ୍ତୁ… ଏତେ ଦୁଃଖିତଃ ହୁଅନ୍ତୁ ନାହିଁ! ଏହା କେବଳ ଏକ ଜୋକ୍, କେବଳ ହାସିବା ପାଇଁ .. ଏହା ଏକ ଟିପିକାଲ ରଜନୀ ସାର୍ ଜୋକ .. ଏବଂ ମୋର ଉଦ୍ଦେଶ୍ୟ ଥିଲା ଆପଣମାନଙ୍କୁ ହସାଇବା। ଆଉ ମୁଁ ଏଥିରେ କିଛି ଭୂଲ ଦେଖି ପାରୁନାହିଁ । ଆପଣ ମାନେ ଖରାପ ମନ୍ତବ୍ୟ ଦେବା ଆରମ୍ଭ କରିବା ପୂର୍ବରୁ ଏହାର ଉଦ୍ଦେଶ୍ୟକୁ ଦେଖିବାର ଥିଲା । ଅତିକମରେ ଆପଣ ମାନଙ୍କୁ ଆଘାତ ଦେବା ପାଇଁ ମୁଁ ଥଟ୍ଟା କରି ନାହିଁ, ଯେପରି ଆପଣ ମାନେ ସମସ୍ତେ ଜାଣିଶୁଣି ମୋତେ ଆଘାତ ଦେବା ପାଇଁ ଏପରି ବାର୍ତ୍ତା ପୋଷ୍ଟ କରୁଛନ୍ତି। ”

Leave a Reply

Your email address will not be published. Required fields are marked *