ସ୍ନାନମଣ୍ଡପକୁ ଆସିଲେ ନାହିଁ ଗଜପତି ମହାରାଜା

ପୁରୀ: କରୋନା କଟକଣା ହେତୁ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା।

ସଂପୂର୍ଣ୍ଣ ରୀତିନୀତି ସହକାରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସ୍ନାନପରେ ସରିଛି ମହାପ୍ରଭୁଙ୍କ ଛେରାପହଁରା ନୀତି । ବିଧି ଅନୁଯାୟୀ ମହାପ୍ରଭୁଙ୍କ ଆଦ୍ୟ ସେବକ ଭକ୍ତ ଶିରୋମଣି ଗଜପତି ମହାରାଜ ସ୍ନାନ ବେଦୀକୁ ଆସି ଛେରାପହଁରା କରୁଥାନ୍ତେ । ମାତ୍ର ଚଳିତ ବର୍ଷ ଏଠାରେ ମଧ୍ୟ ଏକ ବ୍ୟତିକ୍ରମ ଦେଖା ଦେଇଛି । ଶ୍ରୀ ଗଜପତି ମହାରାଜା ଦିବ୍ୟ ସିଂହଙ୍କ ବଦଳରେ ମୁଦିରଥ ଛେରାପହଁରା କରୁଥିବାର ଦେଖିବାକୁ ମିଳିଥିଲା।

ଏହାପରେ ବର୍ତ୍ତମାନ ମହାପ୍ରଭୁଙ୍କର ହାତୀବେଶ ଅନୁଷ୍ଠିତ ହେବ। କରୋନା କଟକଣା ଯୋଗୁଁ ବିନା ଭକ୍ତ ସମାଗମରେ ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ସ୍ବାନ ପୂର୍ଣ୍ଣିମା। ସାଂପ୍ରତିକ ଇତିହାସରେ ଏହା ଏକ ବିରଳ ଘଟଣା।

Leave a Reply

Your email address will not be published. Required fields are marked *