ସ୍ନାନ ବେଦୀରେ ଚତୁର୍ଦ୍ଧାମୂରତି: ୧୦୮ କୁମ୍ଭ ଜଳରେ ଶ୍ରୀଜୀଉଙ୍କ ଜଳ ବିଜେ

ପୁରୀ: ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ବିନା ଭକ୍ତରେ ଚାଲିଛି ସ୍ନାନ ଯାତ୍ରା । ବଡଦାଣ୍ଡ ଖାଁ ଖାଁ, ବଡ଼ ଦେଉଳ ଖାଁ ଖାଁ। ତଥାପି ମଧ୍ୟ ରତ୍ନବେଦୀ ଛାଡି ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ସ୍ନାନ ମଣ୍ଡପରେ ଆରମ୍ଭ ହୋଇ ଯାଇଛି ଶ୍ରୀଜିଉଙ୍କ ପବିତ୍ର ଜଳ ବିଜେ ନୀତି । ସୁନା କୂଅରୁ ୧୦୮ କୁମ୍ଭ ଜଳ ଆଣିଛନ୍ତି ସୁନା ଗୋସେଇଁ। ଏଥିମଧ୍ୟରୁ ବଡ଼ ଠାକୁର ବଳଭଦ୍ରଙ୍କର ୩୩, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୩୫ କୁମ୍ଭ ଜଳ, ଦେବୀ ସୁଭଦ୍ରାଙ୍କର ୨୨ ଓ ସୁଦର୍ଶନଙ୍କର ୧୮ କୁମ୍ଭ ଜଳ ରହିଛି।

ସ୍ନାନ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ସ୍ନାନମଣ୍ଡପ ସଜେଇ ହୋଇଛି। ମହାପ୍ରଭୁ ଶ୍ରୀମନ୍ଦିର ପରିସର ସୁନା କୂଅର ୧୦୮ ଗରା ଜଳରେ ସ୍ନାନ କରିବେ। କରୋନା କଟକଣା ସହ ଚଳିତ ବର୍ଷ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।

ନୀତିକାନ୍ତି ସମୟ: ରାତି ୧ରୁ ଭୋର ୪ଟା ମଧ୍ୟରେ ପହଣ୍ଡି ଆରମ୍ଭ ହୋଇଥିଲା । ଦିନ ୧୨ଟା ଭିତରେ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

Leave a Reply

Your email address will not be published. Required fields are marked *