ଆନିଭର୍ସରୀରେ ବିବାହ ସମୟର କିଛୋ ଫଟୋ ସହ ଏହା ପଛର କାହାଣୀ ସେୟାର କଲେ ବିଗ୍ ବି

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କର ଆଜି ହେଉଛି ୪୭ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ବଚ୍ଚନ ନିଜ ବିବାହ ସମୟର କିଛି ଅଣଦେଖା ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ୨୯୭୩ ମସିହା ଜୁନ ୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଦମ୍ପତି।

ଖାଲି ଫୋଟୋ ନୁହେଁ ବିଗ୍ ବି ତାଙ୍କ ବିବାହ ପଛର କାହାଣୀ ମଧ୍ୟ ଟ୍ୱିଟରରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, “୪୭ ବର୍ଷ .. ଆଜି .. ଜୁନ୍ ୩, ୧୯୭୩ .. !! ଯଦି ‘ଜଞ୍ଜିର’ ସଫଳ ହୁଏ ତେବେ କିଛି ସାଙ୍ଗଙ୍କ ସହ ପ୍ରଥମ ଥର ପାଇଁ ଆମେ ଲଣ୍ଡନ ଯିବାକୁ ସ୍ଥିର କରିଥିଲୁ। ଏଥିପାଇଁ ବାପାଙ୍କ ଅନୁମତି ମାଗିବାରୁ ସେ ପଚାରିଥିଲେ କାହା ସହିତ ଯାଉଛନ୍ତି? ଯେତେବେଳେ ମୁଁ ତାଙ୍କୁ କହିଲି ସେ କିଏ, ତାପରେ ସେ କହିଲେ ଯଦି ତୁମେ ତାଙ୍କ ସହିତ ବିବାହ କରିବ ତାହେଲେ ଯାଅ .. ଅନ୍ୟଥା ତୁମେ ଯାଅ ନାହିଁ .. ମୁଁ ମାନିଗଲି! ।

”ଅମିତାଭ ଏବଂ ଜୟା ଏକାଠି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ୨୯୭୨ ରେ ରିଲିକ ହୋଇଥିବା ଚଳଚ୍ଚିତ୍ର ‘ବଂଶୀ ବିର୍ଜୁ’ରେ ଉଭୟ ଏକାଠି ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *