ସ୍ଥଳଭାଗ ସ୍ପର୍ଶ କଲା ସାମୁଦ୍ରିକ ଝଡ଼ ନିସର୍ଗ

ମୁମ୍ବାଇ: ଭାରତ ପାଣିପାଗ ବିଭାଗ (ଆଇଏମଡି)ର ଘୋଷଣା ଅନୁଯାୟୀ ମହାରାଷ୍ଟ୍ରର ଆଲିବାଗ ଉପକୂଳରେ ସ୍ଥଳଭାଗ ସ୍ପର୍ଶ କରିଛି ସାମୁଦ୍ରିକ ଝଡ଼ ନିସର୍ଗ । ଲ୍ୟାଣ୍ଡଫଲର ଏହି ପ୍ରକ୍ରିୟା ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । ଏହାର ପ୍ରଭାବରେ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳର ପବନର ବେଗ ୧୨୦-୧୪୦ କିମି ଯାଏଁ ରହିବ ।

ଏହାର ଭୟବହାତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଉପକୂଳରେ ଧାରା ୧୪୪ ଧାରା ଜାରି କରାଯାଇଛି। ଏଥିସହିତ ମୁମ୍ବାଇରେ ଏନଡିଆରଏଫ ର ୨୧ଟି ଦଳ ସଜାଗ ଅଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *