ସିନେମାରେ ଏଣ୍ଟ୍ରି କରିବାକୁ ଏହିସବୁ କାମ କରିଥିଲେ ଅଭିଷେକ ବଚ୍ଚନ

ମୁମ୍ବାଇ: ବଲିଉଡର ‘ଶହେନ୍ସା’ ଭାବେ ପରିଚିତ ସୁପରଷ୍ଟାର ଅମିତାଭ ବଚ୍ଚନ। ତାଙ୍କ ପୁଅ ଅଭିଷେକ ବଚ୍ଚନ ସିନେମାରେ ଏଣ୍ଟ୍ରି କରିବାକୁ ଆକାଶ ପାତାଳ ଏକ କରିଦେଇଥିଲେ ।

ବଲିଉଡରେ ଷ୍ଟାର୍ କିଡ୍ସଙ୍କୁ ଅଭିନେତା ହେବାକୁ ଅଧିକ ସଂଘର୍ଷ କରିବାକୁ ପଡୁ ନଥିବା କଥା ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଅଭିଷେକ। ଜଣେ ସୁପରଷ୍ଟାରଙ୍କ ପୁଅ ହୋଇ ସୁଦ୍ଧା ନିଜର ପ୍ରଥମ ଚଳଚ୍ଚିତ୍ର ପାଇବା ପାଇଁ ତାଙ୍କୁ ଡ୍ରାଇଭର ସାଜିବା ସହ ଷ୍ଟୁଡିଓର ଚଟାଣ ସଫା କରିବାକୁ ପଡିଥିବା ଅଭିଷେକ କହିଛନ୍ତି ।

ହଁ, ଆପଣ ଠିକ ପଡିଛନ୍ତି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଅଭିଷେକ ପ୍ରକାଶ କରିଛନ୍ତି ଯେ ସେ ଜଣେ ଅଭିନେତା ହେବା ପୂର୍ବରୁ ପ୍ରଡକ୍ସନ୍ ବୟ ଭାବରେ କାମ କରୁଥିଲେ। ସେ ସେଟରେ ଥିବା ଲୋକଙ୍କ ପାଇଁ ଚା ’ତିଆରି କରୁଥିଲେ ଏବଂ ଷ୍ଟୁଡିଓ ଫ୍ଲୋରକୁ ମଧ୍ୟ ସଫା କରୁଥିଲେ । କେବଳ ଏତିକି ନୁହେଁ ସେ ଅତୀତରେ ଅଭିନେତା ଅର୍ଶଦ ୱାର୍ସିଙ୍କ ପାଇଁ ଡ୍ରାଇଭର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ସବୁ ବାଧା ବିଘ୍ନକୁ ପାର କରି ଶେଷରେ ଅଭିଷେକ ୨୦୦୦ ମସିହାରେ ଫିଲ୍ମ ‘ଶରଣାର୍ଥୀ’ରେ ବ୍ରେକ ପାଇଥିଲେ । କିନ୍ତୁ, ଦୁର୍ଭାଗ୍ୟବଶତ ତାଙ୍କର ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା ।

ଏହାପରେ ନିଜ ଭୁଲକୁ ସମୀକ୍ଷା କରି ସେସବୁ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିଥିଲେ ଅଭିଷେକ । ଯାହା ତାଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ଭାବେ ପରିଚୟ ଦେଇଛି।

Leave a Reply

Your email address will not be published. Required fields are marked *