ରାଜ୍ୟରେ ବଢୁଛି କରୋନା ସୁସ୍ଥତା ହାର

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ଜନିତ ସୁସ୍ଥ ହାର । ଆଜି ସକାଳେ ୧୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏବେ ୮୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ହସ୍ପିଟାଲରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୩୨୫ରେ ପହଞ୍ଚିଛି ।

ଆଜି ସୁସ୍ଥ ହୋଇଥିବା ୮୦ ଜଣଙ୍କ ମଧ୍ୟରେ ପୁରୀର ସର୍ବାଧିକ ୧୭ ଜଣ ଅଛନ୍ତି । ସେହିପରି କେନ୍ଦ୍ରାପଡା ଓ ମାଲକାନଗିରିର ୧୬ ଜଣ ଲେଖାଏଁ ଅଛନ୍ତି । ସେପଟେ କଟକରୁ ୭, ନୟାଗଡ, ସୋନପୁର, ସୁନ୍ଦରଗଡ, କେନ୍ଦୁଝର ଏବଂ ଝାରସୁଗୁଡାର ୩ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେହିପରି ଗଂଜାମ, କନ୍ଧମାଳ ଏବଂ ଖୋର୍ଦ୍ଧାର ୨ଜଣ ଲେଖାଏଁ, ବଲାଙ୍ଗିର ଜଗତସିଂହପୁର, ନବରଙ୍ଗପୁରର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *