ପଙ୍ଗପାଳ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ଓଡିଶାରେ ପଙ୍ଗପାଳ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ପଙ୍ଗପାଳର ସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା ହୋଇଛି ।
ପବନର ବେଗ ଯୋଗୁଁ ଛତିଶଗଡରୁ ପୁଣି ମଧ୍ୟପ୍ରଦେଶ ମୁଁହା ହୋଇଛନ୍ତି ପଙ୍ଗପାଳ ଦଳ । ଏହି ପଙ୍ଗପାଳ ଦଳ ଓଡିଶା ଆସିବାର ସମ୍ଭାବନା ନଥିବା କୁହାଯାଇଛି । ଏଥିପାଇଁ ସରକାର ପ୍ରସ୍ତୁତ ରହିଛନ୍ତି ।

କେନ୍ଦ୍ରୀୟ ଟିମ୍ ପଙ୍ଗପାଳର ଅବସ୍ଥିତି ନେଇ ଏହି ସୂଚନା ଦେଇଛନ୍ତି । ମୁକାବିଲା ନେଇ ଜିଲ୍ଲାପାଳ ଓ କୃଷି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୪ଟି ରାଜ୍ୟର ସୀମାନ୍ତ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି । ପଡୋଶୀ ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ର, ଛତିଶଗଡ ଓ ବିହାର ଉପରେ ନଜର ରଖାଯାଇଛି ।

ସୁନ୍ଦରଗଡ, ବରଗଡ, ମୟୂରଭଂଜ, କେଉଁଝର ଓ ମାଲକାନଗିରିରେ ପଙ୍ଗପାଳର ବିପଦ ରହିଛି ।ଏନେଇ ୧୫ ଲକ୍ଷ ଚାଷୀଙ୍କୁ ସଚେତନ କରାଯାଇଛି । ଯଦି ପଙ୍ଗପାଳ ଦଳ ଓଡିଶା ମୁହାଁ ହୁଅନ୍ତି ତେବେ ଜଙ୍ଗଲ, କୃଷି, ଅଗ୍ନିଶମ ଓ ହର୍ଟିକଲଚର ବିଭାଗର ମିଳିତ ଉଦ୍ୟମରେ ଏହାର ମୁକାବିଲା କରାଯିବ ।
କେମିକାଲ ସହ ବଡ ବଡ ସ୍ପ୍ରେ ମେସିନ ପ୍ରସ୍ତୁତ ରଖାଯାଇଛି ବୋଲି ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *