ବାତ୍ୟା ପ୍ରଭାବ ପରେ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ପୁରୀ : ଚଳିତ ବର୍ଷ ଜୁନ୍‌ ୨୩ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ବାତ୍ୟା ‘ଅମ୍ଫନ’ ଯୋଗୁ ଗତ ୨ଦିନ ଧରି ରଥ ନିର୍ମାଣ କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା। ଗୁରୁବାର ସକାଳୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ବାତ୍ୟା ‘ଅମ୍ଫାନ’ ଆଂଶିକ ପ୍ରଭାବ ଯୋଗୁ ଲଗାଣ ବର୍ଷା ଓ ପବନ ଲାଗି ରହିଥିଲା ପୁରୀରେ। ପ୍ରବଳ ବର୍ଷା ଯୋଗୁ ରଥଖଳା ଓ ବଡ଼ ଦାଣ୍ଡ ଜଳମଗ୍ନ ହୋଇ ଯାଇଥିଲା।
ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣମୀ ନେଇ ବସିବ ଦ୍ୱିତୀୟ ପର୍ଯ୍ୟାୟ ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ବୈଠକରେ ସ୍ନାନପୂର୍ଣ୍ଣିମା ନୀତି ସହ ସଂପୃକ୍ତ ୧୦ ନିଯୋଗ ସହ ଆଲୋଚନା ହେବ।

Leave a Reply

Your email address will not be published. Required fields are marked *