ଓଡ଼ିଶା ଆସୁଛନ୍ତି ପଙ୍ଗପାଳ !

ନୂଆଦିଲ୍ଲୀ: ଓଡିଶା ଆସୁଛନ୍ତି ପଙ୍ଗପାଳ ।ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ମୌସୁମୀ ପୂର୍ବରୁ ବିହାର ଓଡ଼ିଶାକୁ ଜୁନ ମାସରେ ପଙ୍ଗପାଳ ଆସିପାରନ୍ତି , ଏବଂ ବର୍ଷା ଆରମ୍ଭ ହେଲେ ଏମାନେ ପଳେଇବେ ବୋଲି ଓୟୁଟି ସୂଚନା ଦେଇଛି।ଶନିବାର ଏନେଇ ଏକ ଉଚ୍ଚସ୍ତରୀୟ ବୖଠକ ଅନୁଷ୍ଠିତ ହୋଇଥିଲା । ପଙ୍ଗପାଳଙ୍କଠାରୁ ଫସଲକୁ କିଭଳି ରକ୍ଷା କରାଯାଇପାରିବ ସେନେଇ ଚାଷୀଙ୍କୁ ସଚେତନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଟିଭି ଓ ଅନ୍ୟାନ୍ୟ ମାଧ୍ୟମ ଦ୍ୱାରା ଚାଷୀଙ୍କୁ ସଚେତନ କରାଯିବ । ଖାଲି ସେତିକି ନୁହେଁ ପଙ୍ଗପାଳ ସାଧାରଣତଃ ଝିଣ୍ଟିକା ନୁହନ୍ତି ବୋଲି ମଧ୍ୟ ଚାଷୀଙ୍କୁ ସଚେତନ କରାଯିବ ।ଏହା ସହ ଜିଲ୍ଲା ଓ ବ୍ଲକ ସ୍ତରରୁ ଦୈନିକ ରିପୋର୍ଟ ଅଣାଯିବ । ଏନେଇ କୃଷି ନିର୍ଦେଶକଙ୍କ ଅଧୀନରେ ଏକ କଂଟ୍ରୋଲ ରୁମ୍‌ ଖୋଲା ଯାଇଛି । ପର୍ଯ୍ୟାପ୍ତ ପରିମାଣର ଔଷଧ ଯଥା ମାଲାଥାଇଅନ୍ (Malathaion), କ୍ଲୋରୋପ୍ୟାରୀଫସ୍‌ (Chlorpyriphus), ଡେ଼ଲ୍ଟାମେଥ୍‌ନୀ ପାଇଁ ସରକାରଙ୍କୁ କୁହାଯାଇଛି । ବଡ଼ ସ୍ପ୍ରେୟର୍‌ ଓ ଟ୍ରାକ୍ଟର ପାଇଁ ମଧ୍ୟ କୁହାଯାଇଛି । ତେବେ  ପଙ୍ଗପାଳ ସହ ଲଢ଼େଇ ପାଇଁ ଏନେଇ ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟ  ଗଠନ କରାଯିବ ଗୋଲାପି ରଙ୍ଗର ପଙ୍ଗପାଳ ହେଉଛନ୍ତି ଫସଲ ପାଇଁ କ୍ଷତିକାରକ । କିନ୍ତୁ ଯଦି ହଳଦିଆ ରଙ୍ଗର ପଙ୍ଗପାଳ ଆସନ୍ତି ତେବେ ଫସଲ ପାଇଁ କୌଣସି ବିପଦ ନାହିଁ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *