ଜୁନ ୧୭ରୁ ଖୋଲିବ ନାହିଁ ସ୍କୁଲ

ଭୁବନେଶ୍ୱର: ଆସନ୍ତା ଜୁନ ମାସ ୧୭ ତାରିଖରେ ରାଜ୍ୟରେ ସ୍କୁଲ ଖୋଲିବାକୁ ଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆସନ୍ତା ଜୁଲାଇ ମାସରେ ସ୍ଥିତି ଅନୁଧ୍ୟାନ କରିବା ପରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଙ୍କ ଗାଇଡଲାଇନ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମାତ୍ର ଜୁଲାଇ ପହିଲାରୁ ବାକି ଥିବା ପରୀକ୍ଷା କରାଯିବାକୁ ଥିବା ବେଳେ ଆସନ୍ତା କାଲି ଠାରୁ ଯୁକ୍ତ ଦୁଇ ଅନଲାଇନ ଖାତା ଦେଖା ଆରମ୍ଭ ହେବ । ଅନ୍ୟପଟେ ଜୁନ ୮ ତାରିଖରୁ ଅଫଲାଇନ୍ ଖାତା ଦେଖା ଆରମ୍ଭ ହେବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *