ନବୀନଙ୍କ ଆହ୍ୱାନରେ ପ୍ରତିଟି ଓଡ଼ିଆ ବୋଲିଲେ ‘ବନ୍ଦେ ଉତ୍କଳ ଜନନୀ’

କରୋନା ଯୋଦ୍ଧାଙ୍କ ସମ୍ମାନରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜି ସଂଧ୍ୟା ୫ଟା ୩୦ରେ ସାରା ଓଡିଶାରେ ଓଡ଼ିଶାରେ ଗାନ କରାଯାଇଛି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ। ରାଜ୍ୟର କୋଣ ଅନୁକୋଣରେ ଏହି ସ୍ୱର ଗୁଞ୍ଜରିତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଏହି ସଙ୍ଗୀତ ଗାନ କରିଥିଲେ।ସାଥୀରେ ଅଛନ୍ତି ୫- ଟି ସଚିବ ଭିକେ ପାଣ୍ଡିଆନ।

ବାଚସ୍ପତି ସୂର୍ଯ୍ୟ ପାତ୍ର ବିଧାୟକ ମାନଙ୍କ ସହ ବିଧାନସଭା ସାମ୍ନାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସପରିବାର ସହ ଏହି ସଙ୍ଗୀତ ଗାନ କରୁଥିବାର ଚିତ୍ର ।

ବିଜେଡି ପାର୍ଟି ଅଫିସ ପରିସରରେ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଉଥିବାର ଚିତ୍ର ।

ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଗାନ କରାଯାଉଛି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ।

ବନ୍ଦେ ଉତ୍କଳ ଜନନୀ ଗାନ ସମୟରେ କଂଗ୍ରେସ କର୍ମକର୍ତ୍ତା।

ତୋଷାଳି ଭାବନରେ ବନ୍ଦେ ଉତ୍କଳ ଜନନୀ

ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ସାମାଜିକ ଦୂରତା ରକ୍ଷାକରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣର ଚିତ୍ର ।

ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ପରିସରରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସମୟର ଚିତ୍ର।

ବିଧାନସଭା ପରିସରରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଶଣ ସମୟର ଚିତ୍ର ।

ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରର ସମୂହ ସଙ୍ଗୀତ ଗାନର ଦୃଶ୍ୟ ।

ପୁରୀ ବଡ଼ଦାଣ୍ଡରେ ସାମାଜିକ ଦୂରତା ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ କୋଭିଡ ଯୋଦ୍ଧାଙ୍କୁ ଦିଆଯାଇଛି ସମ୍ମାନ ।

କିଟ ପରିସରରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଶଣ କରାଯାଉଥିବା ସମୟର ଦୃଶ୍ୟ। ସାମାଜିକ ଦୂରତା ବଜାଇ ରଖିବା ସହ ମୁଁହରେ ମାସ୍କ ପିନ୍ଧି ଶୃଙ୍ଖଳିତ ଭାବେ ଏଠାରେ ଏହି ସଙ୍ଗୀତ ଗାନ କରାଯାଇଥିବା ଦେଖିବାକୁ ମିଳିଛି ।

ସୋଆ ପରିସରରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଉଥିବାର ଚିତ୍ର ।

ଓଡିଶା କଳାକାର ସଂଘ ପକ୍ଷରୁ ମଧ୍ୟରେ ଗାନ କରାଯାଇଛି ବନ୍ଦେ ଉତ୍କଳ ଜନନୀ। ଏହା ହେଉଛି ତାହାର ଚିତ୍ର।

ଏହି ଚିତ୍ର ଆସିଛି ଭଟ୍ଟ ସାହି କ୍ୱାରେଣ୍ଟାଇନ କେନ୍ଦ୍ରର ଦୃଶ୍ୟ । ଏହାକୁ ପଠାଇଛନ୍ତି ରୂପକ ମିଶ୍ର ।

ସଂଜୀବ ହିରୋ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରି ମୁଁହରେ ମାସ୍କ ପିନ୍ଧି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଉଥିବାର ଦୃଶ୍ୟ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ଜଣେ ନାଗରିକ ସୁବାସ ସାମଲ। କୋଭିଡ ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ଗାଉଥିବା ସମୟର ଏକ ଚିତ୍ର।

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଗୌରାଙ୍ଗ ଚନ୍ଦ୍ର ଦାସ ସପରିବାରେ ବନ୍ଦେ ଉତ୍କଳ ଜନନୀ ଗାଉଥିବା ସମୟର ଦୃଶ୍ୟ ।

ପୁରୀ ଜିଲ୍ଲା ବିଜୁ ଜନତା ଦଳର ରାଜେଶ ରଥ।

ନିଜ ଜୀବନକୁ ଖାତିର ନକରି ଏହି ସଙ୍କଟ ସମୟରେ ଆଗକୁ ଆସି ଦେଶକୁ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କରୋନା ଯୋଦ୍ଧାଙ୍କୁ ଏହି ସଙ୍ଗୀତ ମାଧ୍ୟମରେ ସମ୍ମାନ ଜ୍ଞାପାନ କରାଯାଇଛି ।

Leave a Reply

Your email address will not be published. Required fields are marked *