ଆଶା ଭୋସଲେ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: କୋଭିଡ୍ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇ ଓଡ଼ିଶାବାସୀ ଏକାଠି ହୋଇ ଗାନ କରିଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ । ଏହି ଧାରାରେ ସାମିଲ ହୋଇଛନ୍ତି ଭାରତର ଲୋକପ୍ରିୟ ଗାୟିକା ଆଶା ଭୋସଲେ । ସେ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ଗାଇ କୋଭିଡ୍ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଶାଙ୍କ ଏହି ପ୍ରୟାସକୁ ପ୍ରଶଂସା କରି ରିଟ୍ୱିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *