କୋଭିଡ଼ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ କଲା ସାରା ଓଡିଶା

କରୋନା ଯୋଦ୍ଧାଙ୍କ ସମ୍ମାନରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜି ସଂଧ୍ୟା ୫ଟା ୩୦ରେ ସାରା ଓଡିଶା ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କୋଣ ଅନୁକୋଣରେ ଏହି ସ୍ୱର ଗୁଞ୍ଜରିତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଏହି ସଙ୍ଗୀତ ଗାନ କରିଥିବା ବେଳେ ବାଚସ୍ପତି ସୂର୍ଯ୍ୟ ପତ୍ର ବିଧାୟକ ମାନଙ୍କ ସହ ବିଧାନସଭା ସାମ୍ନାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି ।

ସାମାଜିକ ଦୂରତା ରକ୍ଷା କରି ରାଜ୍ୟର ବିଭିନ୍ନ ସ୍ଥାନରେ ଅତି ଶ୍ରଦ୍ଧା ପୂର୍ବକ ଏହି ସଙ୍ଗୀତକୁ ଗାନ କରାଯାଇଛି ।

ନିଜ ଜୀବନକୁ ଖାତିର ନକରି ଏହି ସଙ୍କଟ ସମୟରେ ଆଗକୁ ଆସି ଦେଶକୁ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କରୋନା ଯୋଦ୍ଧାଙ୍କୁ ଏହି ସଙ୍ଗୀତ ମାଧ୍ୟମରେ ସମ୍ମାନ ଜ୍ଞାପାନ କରାଯାଇଛି ।

Leave a Reply

Your email address will not be published. Required fields are marked *