ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ: ଗିରଫ ହେଲେ ୨ ଏଏମୟୁ ଛାତ୍ର

ଅଲିଗଡ଼: ସାମାଜିକ ଗଣମାଧ୍ୟମରେ ପାକିସ୍ତାନ ପ୍ରତି ପ୍ରେମ ଦେଖାଇ ପୁଣି ଥରେ ଚର୍ଚ୍ଚାକୁ ଟାଣି ହୋଇ ଆସିଛି ଅଲିଗଡ଼ ମୁସଲିମ୍ ୟୁନିଭରସିଟି (ଏଏମୟୁ) । ଏଏମୟୁର ୨ ଜଣ ଛାତ୍ର ଫେସବୁକରେ ପାକିସ୍ତାନକୁ ସମର୍ଥନ କରିବା ପରେ ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଛି ।ମିଳିଥିବା ସୂଚନା ଅନୁଯାୟୀ, ଏଏନୟୁର ଏହି ଦୁଇ ଛାତ୍ର ଦ୍ୱୟ ପାକିସ୍ତାନକୁ ନିଜ ଦେଶ କହି ଫେସବୁକରେ ଏକ ଫଟୋ ସେୟାର୍ କରିଥିଲେ । ଯାହାକୁ ନେଇ ପର ମୁହୂର୍ତ୍ତରେ ଅନେକ ବିବାଦ ଦେଖା ଦେଇଛି। ଏହି ଛାତ୍ର ଦ୍ୱୟଙ୍କ ନାମ ସାକିବ ରସୁଲ ଓ ସେଖ୍ ଅରଫନ ହୋଇଥିବା ବେଳେ ଏମାନେ ନିଜ ଫେସବୁକ ପେଜରେ ଭାରତ ବିରୋଧୀ ଓ ପାକିସ୍ତାନ ସପକ୍ଷରେ ବିଭିନ୍ନ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି । ଏହି ଦୁଇ ଛାତ୍ରଙ୍କ ଏହି ଦେଶ ବିରୋଧୀ କାର୍ଯ୍ୟ ପରେ ହିନ୍ଦୁବାଦୀ ନେତା ଦୀପକ ଶର୍ମା ଆଜାଦ ଅତରୋଲି ସେମାନଙ୍କ ବିରୁଦ୍ଧରେ ଥାନାରେ ମକଦ୍ଦମା ରୁଜୁ କରିଛନ୍ତି ।”ଭାରତରେ ରହି ପାକିସ୍ତାନକୁ ଭଲ ପାଉଥିବା କହି ଦୁହେଁ ଭାରତୀୟଙ୍କ ମନରେ ଆଘାତ ଦେଇଛନ୍ତି । ଏଭଳି ଦେଶଦ୍ରୋହୀ ଲୋକଙ୍କୁ ଯଥାଶୀଘ୍ର ଜେଲରେ ଭର୍ତ୍ତି କରିବା ଉଚିତ୍ । ଏଭଳି ପଦକ୍ଷେପ ନିଆଗଲେ ଆଗକୁ କେହି ଏପରି ଦେଶ ବିରୋଧୀ କାର୍ଯ୍ୟ କରିବାକୁ ସାହସ କରିବେ ନାହିଁ” ଦୀପକ ଶର୍ମା କହିଛନ୍ତି ।

Leave a Reply

Your email address will not be published. Required fields are marked *