ଦେଶରେ କରୋନା ସଙ୍କଟ: ୨୪ ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଅଣାୟତ ହେଉଛି କରୋନା ଭାଇରସ । ପ୍ରଥମେ ରାଷ୍ଟ୍ର ପରେ ରାଷ୍ଟ୍ର ପରେ ରାଜ୍ୟ ପରେ ରାଜ୍ୟ ଆଉ ଏବେ ଜିଲ୍ଳା ପରେ ଜିଲ୍ଳାରେ କାୟା ବିସ୍ତାର କରି ଚାଲିଛି ।
ଗତ ୨୪ ଘଣ୍ଟାରେ ଏହା ସର୍ବାଧିକ ୭୯୬୪ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬୫ ଜଣ ପ୍ରାଣ ହରାଇଛନ୍ତି ।
ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ ଏପର୍ଯ୍ୟନ୍ତ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩,୭୬୩ ରେ ପହଞ୍ଚିଥିବା ବେଳେ ୪୯୭୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୨୩୭୦ ହଜାରରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହେଲେଣି ।

Leave a Reply

Your email address will not be published. Required fields are marked *