ମନ୍ଦିର ଖୋଲିବା ଦାବିରେ ଶ୍ରୀମନ୍ଦିର ସାମ୍ନାରେ ସେବାୟତଙ୍କ ଧାରଣା

ପୁରୀ: ସବୁକିଛି ଧୀରେଧିରେ ସ୍ୱାଭାବିକ ହେଉଥିବା ବେଳେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବିରେ ପୁଣି ତେଜିଛି ସ୍ୱର । ମନ୍ଦିର ଖୋଲିବା ଦାବିରେ ପୁରୀ ଶ୍ରୀମନ୍ଦିର ସାମ୍ନାରେ ଧାରଣାରେ ବସିଛନ୍ତି ସେବାୟତ ।ଖୁବ୍‌ଶିଘ୍ର ଶ୍ରୀମନ୍ଦିର ଖୋଲାଯାଉ ବୋଲି ଦାବି କରି ଦାମୋଦର ମହାସୁଆର ସହଯୋଗୀଙ୍କ ସହ ମିଶି ମନ୍ଦିର ସାମ୍ନାରେ ଧାରଣାରେ ବସିଛନ୍ତି ।ଅନେକ ବାର ସରକାରଙ୍କୁ ନିବେଦନ କରିବା ସହ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା ପରେ ମଧ୍ୟ ସରକାର ମନ୍ଦିର ଖୋଲିବାକୁ ଅନୁମତି ନଦେବା ଦ୍ୱାରା ସେବାୟତମାନେ ଦୁର୍ଦ୍ଦିନରେ ସମୟ ବିତାଉଛନ୍ତି। ତେଣୁ ଆସନ୍ତା ୭ ତାରିଖରେ ରାଜ୍ୟର ଲକ୍ଷାଧିକ ମନ୍ଦିର ସମ୍ମୁଖରେ ସେବାୟତମାନେ ସକାଳ ୯ଟାରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ। ଏହାବ୍ୟତୀତ ସେବାୟତଙ୍କ ପରିବାର ସଦସ୍ୟମାନେ ସେମାନଙ୍କ ଘର ସମ୍ମୁଖରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ ବୋଲି ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *