ଆରପାରିରେ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ମହାରଥୀଙ୍କ ବିୟୋଗରେ ରାଜନୈତିକ ମହଲରେ ଖେଳିଯାଇଛି ଶୋକର ଛାୟା । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱର ସ୍ଥିତ ବାସବଭନରେ ତାଙ୍କର ମର ଶରୀରକୁ ରଖାଯାଇଛି । ବହୁ ମନ୍ତ୍ରୀ, ବିଧାୟକ ଓ ରାଜନେତା ଅନ୍ତିମ ଦର୍ଶନ କରିବା ଶହ ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।ଆଜି ତାଙ୍କର ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯିବ । ସେଠାରୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ ବୋଲି ସୂଚନା ମିଳିଛି । ଏହାପରେ ପୁରୀ ଜିଲ୍ଲା ପିପିଲି ସ୍ଥିତ ବାସଭବନକୁ ତାଙ୍କ ଶରୀରକୁ ନିଆଯିବ । ଅପରାହ୍ମରେ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।ମହାରଥୀ ନିକଟରେ କରୋନା ସଂକ୍ରମିତ ହୋଇଥିଲେ । ରିପୋର୍ଟ ପଜିଟିଭ ଆସିବା ପରେ ଭୁବନେଶ୍ୱର ସ୍ଥିତ ଘରୋଇ ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଦୁଇ ଦିନ ତଳେ ହଠାତ ବିଗିଡ଼ିଥିଲା ସ୍ୱାସ୍ଥ୍ୟାବସ୍ଥା । ଗୁରୁତର ହେବାରୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା । ଆଜି ତାଙ୍କର ଦେହାନ୍ତ ଘଟିଛି

Leave a Reply

Your email address will not be published. Required fields are marked *