ଟ୍ରମ୍ପ ଦମ୍ପତ୍ତିଙ୍କୁ କରୋନା

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କରୋନା । ତାଙ୍କ ସହ ଆମେରିକାର ଫାଷ୍ଟ ଲେଡି ମଲେନିଆ ଟ୍ରମ୍ପ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ନିଜେ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ପରାମର୍ଶଦାତା ହୋପ୍ ହିକ୍ସ ପ୍ରଥମେ ପଜିଟିଭ୍ ବାହାରିଥିଲେ । ଟ୍ରମ୍ପ ତାଙ୍କ ସଂସ୍ପର୍ଶରେ ଆସିବା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ କ୍ୱାରେଣ୍ଟାଇନରେ ରହିଛନ୍ତି ଡୋନାଲ୍ଡ ଟ୍ରମ୍ପ ଓ ମଲେନିଆ ଟ୍ରମ୍ପ । ଖୁବଶୀଘ୍ର ସୁସ୍ଥ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ।

Leave a Reply

Your email address will not be published. Required fields are marked *