ଆଜି ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ

ଭୁବନେଶ୍ୱର: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ।ଭାରତକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିବାକୁ ସେ ଅହରହ ଉଦ୍ୟମ କରୁଥିଲେ ସେ। ମୁଠାଏ ଲୁଣକୁ ଗୋଟେ ଜାତିର ସ୍ୱାଭିମାନର ପ୍ରତୀକ ବୋଲି ଚିହ୍ନେଇ ଦେବା ସହ ବିନା ଅସ୍ତ୍ର ଓ ରକ୍ତପାତରେ ନିଜର ଅଧିକାର ହାସଲ କରିବାର ବାଟ ବତେଇଥିଲେ ଗାନ୍ଧୀଜି। ଲାଠି ଓ ସତ୍ୟାଗ୍ରହ ଆଗରେ ସେଦିନର ବ୍ରିଟିଶ୍‌ ସେନାର ଶକ୍ତି ହାର ମାନିବାକୁ ବାଧ୍ୟ ହୋଇଥିଲା। ସେହି ମହାପୁରୁଷଙ୍କ ଜନ ତିଥି ।

ଏହାସହ ଆଜି ହେଉଛି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମଦିନ। ୧୯୦୪ ମସିହାରେ ମୋଗଲ ସରାଇର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶାସ୍ତ୍ରୀଜୀ ପିଲାଟି ବେଳୁ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ।ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ‘ଜୟ ଜବାନ ଏବଂ ଜୟ କିଶାନ’ ସ୍ଲୋଗାନ ପାଇଁ ଶାସ୍ତ୍ରୀଜୀ ଦେଶବାସୀଙ୍କ ନିକଟରେ ଅମର ହୋଇ ରହିଛନ୍ତି।ଭାରତର ମାତାର ଏହି ଦୁଇ ସୁପୁତ୍ର ଆଜିର ଦିନରେ ଜନ୍ମ ନେଇଥିଲେ। ସେମାନେ ଆଜି ଆମ ସହ ନାହାନ୍ତି ସତ ମାତ୍ର ସେମାନଙ୍କ ଯଶ ଓ ଖ୍ୟାତିର ବାନା ଆଜି ମଧ୍ୟ ଫର ଫର ହୋଇ ଉଡୁଛୁ।

Leave a Reply

Your email address will not be published. Required fields are marked *