ଆଜି ପ୍ରସାରିତ ହେବ ପ୍ରାମାଣିକ ଚଳଚ୍ଚିତ୍ର ‘ଓଡ଼ିଶାରେ ଗାନ୍ଧିଜୀ’

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀ ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶୁକ୍ରବାର ଦିନ ଓଡ଼ିଶା ସାହିତ୍ୟ ଏକାଡେମୀର ଏକ ଡକ୍ୟୁମେଣ୍ଟାରୀ ‘ଓଡ଼ିଶା ଗାନ୍ଧୀଜୀ’ ପ୍ରଦର୍ଶିତ କରିବାକୁ ଯାଉଛନ୍ତି।କୋଭିଡ ଗାଇଡ଼ଲାଇନ ସହ ଗାନ୍ଧୀ ଜୟନ୍ତୀ ପାଳନ ସକାଳ ୧୦ ଟାରୁ ଆରମ୍ଭ ହେବ। ଏହି ଅବସରରେ ସଂସ୍କୃତି ବିଭାଗର ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ, ପୂର୍ବତନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗଦେବେ ବୋଲି ଏକ ବିଜ୍ଞପ୍ତିରେ ପ୍ରକାଶ। ବାପୁଙ୍କ ଉପରେ ଏକ ଘଣ୍ଟାର ଏହି ଡକ୍ୟୁମେଣ୍ଟାରୀ ସକାଳ ୧୧ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଚାରୋଟି ସ୍ଲଟରେ ଅନେକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେବ ।

Leave a Reply

Your email address will not be published. Required fields are marked *