ହାଥରସ ପୀଡିତାଙ୍କର ହୋଇନାହିଁ ଦୁଷ୍କର୍ମ: ବ୍ୟବଚ୍ଛେଦ ରିପୋର୍ଟ

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ଼ । ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆଣିଛି ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ । ଏହାକୁ ନେଇ ଏବେ ମେଡିକାଲ ଯାଂଚ ଟିମ୍ ଉପରେ ସନ୍ଦେହ ସୃଷ୍ଟି ହୋଇଛି ।

ରିପୋର୍ଟ ଅନୁଯାୟୀ, ପୀଡ଼ିତାଙ୍କ ଗଳାରେ ଏକ ଆଘାତର ଚିହ୍ନ ରହିଛି ଏବଂ ହାଡ଼ ମଧ୍ୟ ଭାଙ୍ଗିଯାଇଛି। ସଫଦରଗଞ୍ଜ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଭିସେରା ରିପୋର୍ଟ ଆସିବା ପରେ ହିଁ ପୀଡ଼ିତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ।

ରିପୋର୍ଟ ଅନୁଯାୟୀ ଘଟଣାଟି ସେପ୍ଟେମ୍ବର ୧୪ ସକାଳ ପ୍ରାୟ ୯ଟା ସମୟର । ତେବେ ଅପରାହ୍ନ ୪ଟା ସମୟରେ ପୀଡ଼ିତାଙ୍କୁ ଆଲିଗଡ଼ସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ୨୮ ତାରିଖ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ଚିକିତ୍ସା ଚାଲିଥିବା ବେଳେ ହିଁ ୨୯ ତାରିଖ ସକାଳ ୬.୫୫ ସମୟରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *