ୟୁପି ଗଣଦୁଷ୍କର୍ମ ଘଟଣା: ପୀଡିତାଙ୍କ ପରିବାର ସହ କଥା ହେଲେ ଯୋଗୀ

ହାଥରସ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଏବେ ସାରାଦେଶରେ ପାଲଟିଛି ଚର୍ଚ୍ଚାର ବିଷୟ । ଏହାକୁ ନେଇ ଚାରିଆଡେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଏହା ମଧ୍ୟରେ ପୀଡିତାଙ୍କ ପରିବାର ସହ କଥା ହୋଇ ସହାୟତା ଯୋଗାଇ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।ପୀଡିତାଙ୍କ ପରିବାର ସହ ଭିଡିଓ କଲ ମାଧ୍ୟମରେ ଯୋଗୀ କଥା ହୋଇଥିବା ଜଣା ପଡିଛି। କଥା ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡିତାଙ୍କ ବାପା ଯୋଗୀଙ୍କୁ ଅନୁରୋଧ କରିଛନ୍ତି । ଯୋଗୀ ଆଦିତ୍ୟନାଥ ମଧ୍ୟ ଦୋଷୀଙ୍କ ଉଚିତ ଶାସ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଏଥିସହ ପୀଡିତାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ପରିବାରର ଜଣେ ସଦସ୍ୟଙ୍କୁ ଜୁନିୟର ଆସିସଷ୍ଟାଣ୍ଟ ଚାକିରି ମଧ୍ୟ ମିଳିବ। ଏହାବାଦ ପରିବାର ବର୍ଗଙ୍କ ରହିବା ପାଇଁ ହାଥରସରେ ରାଜ୍ୟ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି ତରଫରୁ ଘର ମଧ୍ୟ ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *