ଲୋକପ୍ରିୟ ପତ୍ରିକା ଜହ୍ନମାମୁଁର କାର୍ଟୁନିଷ୍ଟ କେ.ସି ଶିବଶଙ୍କର ଦେହାନ୍ତ

ଭୁବନେଶ୍ୱର: ଲୋକପ୍ରିୟ ପତ୍ରିକା ‘ଜହ୍ନମାମୁଁ’ର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କରଙ୍କ ଦେହାନ୍ତ ଘଟିଛି। ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। କେ.ସି ଶିବଶଙ୍କର ୧୯୨୪ରେ ଜନ୍ମଗ୍ରହଣ କରିଥିଲେ।୮୦ ଓ ୯୦ ଦଶକରେ ଚନ୍ଦାମାମା ଅଥବା ଜହ୍ନମାମୁଁ ପତ୍ରିକା ବେଶ୍ ଲୋକପ୍ରିୟତା ପାଇଥିଲା।୧୯୪୭ ମସିହାରେ ସେ ‘ଜହ୍ନମାମୁଁ’ ପତ୍ରିକାରେ ଯୋଗ ଦେଇଥିଲେ। ‘ଜହ୍ନମାମୁଁ’ର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ସେ ଥିଲେ । ‘ଜହ୍ନମାମୁଁ’ ପତ୍ରିକାରେ ତାଙ୍କ ପୁରା ଜୀବନକାଳ କଟିଛି। ‘ଜହ୍ନମାମୁଁ’ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ କାର୍ଯ୍ୟ କରୁଥିଲେ।

Leave a Reply

Your email address will not be published. Required fields are marked *