ଜନସାଧାରଣଙ୍କୁ ତାପଙ୍ଗ ମନା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଂଚଳ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଚର୍ଚ୍ଚିତ ସ୍ଥାନ ପାଲଟି ଯାଇଥିଲା । ଏହାର ସୁନ୍ଦରତା ଅନେକ ଲୋକଙ୍କୁ ନିଜ ଆଡକୁ ଦୃଷ୍ଟି କେନ୍ଦ୍ରିତ କରିବାକୁ ବାଧ୍ୟ କରି ଦେଉଥିଲା । ସୋସିଆଲ ମିଡିଆରେ ଏହାର ଅନେକ ସୁନ୍ଦର ଫୋଟୋ ମଧ୍ୟ ଭାଇରାଲ ହେବାରେ ଲାଗିଲା । ଏହାପରେ ଏଠାକୁ ଛୁଟିଲା ସାଧାରଣ ଲୋକଙ୍କ ସୁଅ । ତେବେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଘୋଷଣା ଅନୁଯାୟୀ ଗତକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ତାପଙ୍ଗକୁ ବନ୍ଦ କରାଯାଇଛି । ଏହି ଅଂଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଂଚଳ ଘୋଷଣା କରିଛନ୍ତି । ଏହି ଅଂଚଳକୁ ଲୋକମାନେ ଟୁରିଷ୍ଟ ପ୍ଲେସ ଭାବି ନଆସିବାକୁ ମାଇକ୍ ଯୋଗେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି ।ଏହି ଅଂଚଳ ଏକ ପଥର ଖଣି ହୋଇଥିବା ବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ଥିବା କୁହାଯାଇଛି । ଏଠାକୁ କେହି ବୁଲିବାକୁ ନଆସିବାକୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ଯଦି ଏଠାକୁ କେହି ବୁଲିବାକୁ ଆସନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *