ଅନ୍ତର୍ଜାତୀୟ କ୍ରିକେଟର କ୍ରିଷ୍ଟୋଫର ମୋରିସଙ୍କ ଜର୍ସିରେ ନୀଳାଚଳଙ୍କ ନାମ, ଜାଣନ୍ତୁ ସେ କିଏ

ଭୁବନେଶ୍ୱର: କରୋନା ପାଇଁ ସଭିଙ୍କ ଜୀବନ ଅସ୍ତବ୍ୟସ୍ତ । ଏହି କରୋନା ଅନ୍ତର୍ଜାତୀୟ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ ସଜାଇଛି ପରିବା ବ୍ୟବସାୟୀ । ନିଳାଚଳଙ୍କ ଦୋକାନରେ ବରିଷ୍ଠ ନାଗରିକଙ୍କ ପାଇଁ ଫ୍ରି ଡେଲିଭରିର ବ୍ୟବସ୍ଥା ମଧ୍ୟ ରହିଛି । ତେବେ ନୀଳାଚଳଙ୍କୁ ନବୀ ଜାତୀୟ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ତାଙ୍କୁ ଆଜିର ଆଇପିଏଲ ମ୍ୟାଚରେ ସମ୍ମାନ ଜଣାଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ଟିପ୍ପୋ ମୋରିସ୍ ।ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର ଟିମରେ ଖେଳୁଥିବା ଦକ୍ଷିଣ ଆଫ୍ରିକାର ଏହି କ୍ରିକେଟର କ୍ରିଷ୍ଟୋଫର ହେନେରୀ ମୋରିସ୍ ଓରଫ ଟିପ୍ପୋ ମୋରିସ୍ ନୀଳାଚଳଙ୍କ ନାଁ ଲେଖାଥିବା ଜର୍ସି ପିନ୍ଧିଥିବା ନଜର ଆସିଛନ୍ତି । ନୀଳାଚଳଙ୍କ ନାମ ସହ ଏଥିରେ ଲେଖା ଅଛିି ‘ମୋ କୋଭିଡ ହିରୋ’ । ସୋମବାର ଦିନ ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର ଓ ସନରାଇଜ ହାଇହ୍ରାବାଦ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ନୀଳାଚଳଙ୍କ କାର୍ଯ୍ୟରେ ମାତ୍ରାଧିକ ପ୍ରଭାବିତ ହୋଇ ଟିପ୍ପୋ ମୋରିସ୍ ତାଙ୍କ ଟ୍ୱିଟରରେ ତାଙ୍କ ନାମକୁ ପରିବର୍ତ୍ତନ କରି ନୀଳାଚଳ ପରିଡାଙ୍କ ନାମରେ ରଖିଛନ୍ତି ।ପର୍ବତାରୋହୀ ନୀଳାଚଳଙ୍କର ଗତ ଏପ୍ରିଲ ମାସ ୧ ତାରିଖରେ ଋଷିଆର ସବୁଠୁ ଉଚ୍ଚ ପର୍ବତ ଏଲବ୍ରଶ ଆରୋହଣର କାର୍ଯ୍ୟକ୍ରମ ଥିଲା । ପରେ ପରେ ଏଭେରେଣ୍ଟ ଆରୋହଣର କରିଥାନ୍ତି । କିନ୍ତୁ କୋଭିଡ ଯୋଗୁଁ ସବୁ ବାତିଲ ହୋଇଥିଲା ।ହରି ନଯାଇ ଏହି ୨୪ ବର୍ଷିୟ ଯୁବକ ନିଜ ଭାଇଙ୍କ ସହ ମିଶି ଡେଲଟା ଛକରେ ଥିବା ନିଜ ଘର ପାଖରେ ଏକ ପରିବା ଦୋକାନ ଖୋଲିଲେ । ପରିବା ବିକିବା ସହ ତା ତାଙ୍କ ପାଖକୁ ଆସୁଥିବା ଗ୍ରାହକମାନଙ୍କୁ ସେ କରୋନା ପାଇଁ ସଚେତନ ମଧ୍ୟ କରିଥିଲେ । ତାଙ୍କ ଦୋକାନରେ ଥିବା ବ୍ୟାନରରେ ଏହା ସ୍ପଷ୍ଟ ଲେଖାଥିଲା ଯେ, ବିନା ମାସ୍କରେ ପରିବା ମିଳିବ ନାହିଁ । ସମସ୍ତଙ୍କୁ ଲାଇନରେ ରହି ପରିବା ବାଛିବା ମଧ୍ୟ ବାଧ୍ୟତାମୂଳକ । ଏଥି ସହ ପ୍ରତି ଗ୍ରାହକ ହାତ ସାନିଟାଇଜ କରି ପରିବା ବାଛିବେ ।ଆହୁରି ମଧ୍ୟ ଦୋକାନଠାରୁ ୧୦ କିଲୋମିଟର ଦୂରତା ମଧ୍ୟରେ ରହୁଥିବା ବରିଷ୍ଠ ନାଗରିକଙ୍କ ଘରେ ସେ ପରିବା ପହଞ୍ଚାଉଛନ୍ତି । ତେବେ ନୀଳାଚଳଙ୍କ ଏପରି ବଦାନ୍ୟତା ତାଙ୍କୁ କରୋନା ଯୋଦ୍ଧା ସଜାଇଛି। ତାଙ୍କୁ ସମ୍ମାନ ଜଣାଇ କ୍ରିକେଟର ଟିପ୍ପୋ ମୋରିସ୍ ପିନ୍ଧିଥିବା ଜର୍ସି ପାଇଁ ଆଜି ସାରା ଓଡିଶା ଗର୍ବିତ ।

Leave a Reply

Your email address will not be published. Required fields are marked *