ସୁନ୍ଦରଗଡରେ ଘରେ ପଶି ଦମ୍ପତ୍ତିଙ୍କୁ ହତ୍ୟା ଅଭିଯୋଗ

ସୁନ୍ଦରଗଡ: ଦିନକୁ ଦିନ ବଢୁଛି ବର୍ବରତା । ମଣିଷତ୍ୱ ଭୁଲି ଯାଉଛି ମଣିଷ । ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ଗାଁରେ ଘଟିଛି ଡବଲ ମର୍ଡର। ଘରେ ପଶି ଦମ୍ପତିଙ୍କୁ ହତ୍ୟା ଅଭିଯୋଗ । ସୂଚନାନୁସାରେ, ପାରୁ ମୁଣ୍ଡା ଏବଂ ମଦପାଲି ମୁଣ୍ଡାଙ୍କୁ ଘରେ ପସି କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ପୁଅ ସମା ମୁଣ୍ଡା କେ.ବଲାଙ୍ଗ ଥାନାରେ ଏତଲ ଦେଇଛନ୍ତି ।ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୁଣି ଗାରେଡିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

Leave a Reply

Your email address will not be published. Required fields are marked *