ସୁଶାନ୍ତ ସିଂ ମୃତ୍ୟୁ ମାମଲା: କରନ୍ ଜୋହାରଙ୍କ ସମେତ ଆଉ ୭ ସେଲିବ୍ରେଟିଙ୍କୁ ସମନ

ମୁମ୍ବାଇ: ସ୍ୱର୍ଗତଃ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ବଲିଉଡର ୮ ଜଣ ସେଲିବ୍ରିଟିଙ୍କୁ ଶୁଣାଣି ପାଇଁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୁଜାଫରପୁର ଜିଲ୍ଲା କୋର୍ଟ ସଲମାନ ଖାନ, କରନ ଜୋହର, ସଞ୍ଜୟ ଲୀଲା ଭନସାଲୀ, ଏକତା କପୁର, ଆଦିତ୍ୟ ଚୋପ୍ରା, ସାଜିଦ, ଦୀନେଶ ଭାଇଜାନ ଏବଂ ଟି-ସିରିଜ ମାଲିକ ଭୂଷଣ କୁମାରଙ୍କୁ ଜାରି ହୋଇଛି ସମନ।

ଏହି ସେଲିବ୍ରିଟିମାନେ ବ୍ୟକ୍ତିଗତ ଭାବରେ କିମ୍ବା ସେମାନଙ୍କ ଓକିଲଙ୍କ ମାଧ୍ୟମରେ ୭ ଅକ୍ଟୋବର ରେ କୋର୍ଟରେ ହାଜର ହେବେ।

ଏମାନେ ସମସ୍ତେ ସୁଶାନ୍ତ ସିଂ ରାଜପୁତଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର କରିଥିଲେ ଏବଂ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବୟକଟ୍ କରିଥିଲେ ବୋଲି ଆଇନଜୀବୀ ସୁଧୀର ଓଝା ଜୁନ୍ ୧୭ ରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟରେ ଏକ ଅଭିଯୋଗ ଦାଖଲ କରିଥିଲେ।

ଏହି ମାମଲାରେ ସାକ୍ଷୀ ଭାବରେ ଅଭିନେତ୍ରୀ କଙ୍ଗନା ରାନାୱତ, ସୁଶାନ୍ତଙ୍କ ପିତା କେ.କେ ସିଂ ଏବଂ ଅନ୍ୟ ତିନିଜଣଙ୍କୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *