ଫିଟୁଛି ବଲିଉଡ ଗୁମର: ଅନୁରାଗ କାଶ୍ୟପଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପାୟଲ ଘୋଷ

ମୁମ୍ବାଇ: ଧୀରେ ଧୀରେ ଫିଟୁଛି ବଲିଉଡର କଳା ଗୁମର । ଗୋଟିଏ ପରେ ଗୋଟିଏ ସାଙ୍ଘାତିକ ଘଟଣା ମାନ ସାମ୍ନାକୁ ଆସୁଛି । ସୂଚନାନୁସାରେ, ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ।

ସୋସିଆଲ ମିଡ଼ିଆରେ ପାୟଲ ଟ୍ୱିଟ କରି ଲେଖିଛନ୍ତି ଯେ, “ଅନୁରାଗ କଶ୍ୟପ ମୋତେ ଯୌନ ନିର୍ଯାତନା ଦେଇଥିଲେ। ନରେନ୍ଦ୍ର ମୋଦୀଜୀ ଦୟାକରି ପଦକ୍ଷେପ ନିଅନ୍ତୁ ଏବଂ ଦେଶକୁ ଏହି ସୃଜନଶୀଳ ବ୍ୟକ୍ତିଙ୍କ ପଛରେ ଥିବା ରାକ୍ଷସକୁ ଦେଖାନ୍ତୁ। ମୁଁ ଜାଣେ ଏହା ମୋର କ୍ଷତି କରିପାରେ। ମୋର ସୁରକ୍ଷା ପ୍ରତି ବିପଦ ଅଛି। ଦୟାକରି ସାହାଯ୍ୟ କରନ୍ତୁ”।

ପାୟଲ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ନ୍ୟାୟ ମାଗିଛନ୍ତି। ପାୟଲଙ୍କ ପୋଷ୍ଟ ପରେ ଅନୁରାଗ କଶ୍ୟପ ମଧ୍ୟ ତାଙ୍କ ପକ୍ଷ ରଖିଛନ୍ତି।

ଅନୁରାଗ କଶ୍ୟପ ଟ୍ୱିଟ କରି ଏହାକୁ ଭିତ୍ତିହୀନ ବୋଲି ଦାବି କରିବା ସହ ପାୟଲ ଘୋଷଙ୍କୁ ଯୌନ ନିର୍ଯାତନା ଦେଇଥିବା କଥା ଅସ୍ବୀକାର କରିଛନ୍ତି । ଏହାସହ ସ୍3 କହିଛନ୍ତି  “ମୁଁ ନା ଏହିପରି ଆଚରଣ କରେ ନା ମୁଁ ଏହିପରି ଆଚରଣକୁ ବରଦାସ୍ତ କରେ । ତେବେ
ପାୟଲଙ୍କ ଏହି ଟ୍ୱିଟ ପରେ ଅନୁରାଗ କଶ୍ୟପଙ୍କୁ ଗିରଫ କରାଯାଉ ବୋଲି କଣ୍ଟ୍ରୋଭର୍ସି କୁଇନ କଙ୍ଗନା କହିଛନ୍ତି ।

Leave a Reply

Your email address will not be published. Required fields are marked *