ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ପରଲୋକ

ପୁରୀ: ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ରବିବାର ସକାଳେ ଦେହାନ୍ତ ଘଟିଛି।ସୂଚନାନୁସାରେ। ରବିବାର ସକାଳେ ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ଚାଲିଥିବା ବେଳେ ସେ ହୃଦଘାତରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି। ପୂର୍ବରୁ ସେ କୋଭିଡ ସଂକ୍ରମିତ ହେବା ପରେ ଭୁବନେଶ୍ୱରର ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ସେ ସୁସ୍ଥ ହେବା ପରେ ପୁରୀ ଫେରି ଏକ ହୋଟେଲରେ ସଙ୍ଗରୋଧରେ ରହୁଥିଲେ।

ସେ ଦଇତାପତି ନିଯୋଗର ସଭାପତି ଏବଂ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ।

Leave a Reply

Your email address will not be published. Required fields are marked *