ବରମୁଣ୍ଡା ବସ୍‌ଷ୍ଟାଣ୍ଡ ହେବ ଇଂଟରଷ୍ଟେଟ୍ ବସ୍ ଟର୍ମିନାଲ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବକଳେବର । ବରମୁଣ୍ଡା ହେବ ଇଟଣ୍ଟରଷ୍ଟେଟ ବସ୍ ଟର୍ମିନାଲ । ଏନେଇ ବିଡିଏ ପକ୍ଷରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଉଚ୍ଛେଦ କାମ ଆରମ୍ଭ ହୋଇଛି। ସୂଚନାନୁସାରେ, ୧୫.୦୫ ଏକର ସ୍ଥାନରେ ଇଂଟରଷ୍ଟେଟ୍ ବସ୍ ଟର୍ମିନାଲ ତିଆରି କରିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବ୍ରିଜ୍ ଆଣ୍ଡ ରୁଫସ୍ କମ୍ପାନୀ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏହି ଟର୍ମିନାଲ ତଆରି ହେବ ।କଣ ସବୁ ସୁବିଧା ରହିବ…*ନୂଆ ବସ୍ ଟର୍ମିନାଲରେ ବିଦ୍ୟୁତ ଶକ୍ତି ନିରବଚ୍ଛିନ୍ନ ଭାବେ ଯୋଗାଇ ଦିଆଯିବ ।*ଅଗ୍ନିନିର୍ବାପକ ବ୍ୟବସ୍ଥା ସହ ଫାୟାର ଆଲରାମ ବ୍ୟବସ୍ଥା ମଧ୍ୟ ରହିବ ।*ଯାତ୍ରୀଙ୍କ ସୁବିଧା ଲାଗି ଡିସ୍‌ପ୍ଲେ ବ୍ୟବସ୍ଥା କରାଯିବ ।

Leave a Reply

Your email address will not be published. Required fields are marked *