ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ

ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ମୋ ବିଚ୍ କାର୍ଯ୍ୟକ୍ରମ ଅଧିନରେ ବଡ ଧରଣର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଏପରିକି ଜିଲ୍ଲାର ୫୦ରୁ ଉର୍ଦ୍ଧ୍ୱ ସ୍ଥାନରେ ସଫେଇ କାମ କରାଯିବା ବୋଲି ସୂଚନା ମିଳିଛି ।ସେପ୍ଟେମ୍ବର ମାସର ୩ୟ ଶନିବାରକୁ ପ୍ରତ୍ୟେକ ବର୍ଷ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଭାବେ ପାଳନ କରାଯାଏ । ବିଗତ ୩୦ ବର୍ଷ ପୂର୍ବେ ଏହା ଆରମ୍ଭ ହୋଇଥିବା ଅନୁମାନ କରାଯାଏ ।ଏହି ଅବସରରେ ବେଳାଭୂମିକୁ ପ୍ରଦୂଷଣରୁ ରକ୍ଷା କରିବା, ପ୍ଲାଷ୍ଟିକର ବ୍ୟବହାର ନକରିବା ଓ ବେଳାଭୂମିକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ଆଦି ଦିନର ଉଦେଶ୍ୟ ରହିଛି ।ଏହି ଅବସରରେ ବାଲୁକାଶିଳ୍ପୀ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମି ସଫେଇ କରିବା ପାଇଁ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *