କାଲିଠୁ IPL: କ’ଣ ସବୁ ବଦଳିବ ଜାଣନ୍ତୁ

ମୁମ୍ବାଇ: ଆସନ୍ତାକାଲି ବା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲ। ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ତେବେ ଚଳିତ ଥର କୋଭିଡ କଟକଣା ସହ IPL ହେବାକୁ ଯାଉଛି । ତେବେ ଏହା ଦର୍ଶକଙ୍କୁ ସମାନ ରୋମାଞ୍ଚ ଯୋଗାଇ ଦେବ କି ନାହିଁ ଏହା ସବୁଠୁ ବଡ଼ ପ୍ରଶ୍ନବାଚୀ । କଣ ସବୁ ବଦଳିଛି ଆସନ୍ତୁ ଜାଣିବା ।*ଚଳିତ ଥର ୪ଷ୍ଟାଡିୟମରେ ଦର୍ଶକ ରହିବେ ନାହିଁ ।*ଧଳା ବଲରେ ମ୍ୟାଚ ଖେଳାଯିବ । ଏହା ପ୍ରାୟତଃ ୨/୩ ଓଭର ସୁଇଂ କରିଥାଏ ।*ଚଳିତ ଥର ବୋଲରମାନେ ଲାଳର ବ୍ୟବହାର କରିପାରିବେ ନାହିଁ ।*ଲାଳର ବ୍ୟବହାର କଲେ ୨ ଥର ଟିମକୁ ଚେତାବନୀ ଦିଆଯିବ । ନ ମାନିଲେ ବିପକ୍ଷ ଟିମ୍ କୁ ୫ରନ ଦିଆଯିବ ।*ନୋ ବଲ ଉପରେ ଥାର୍ଡ ଅମ୍ପାୟର ନଜର ରଖିବେ ।* ଜଣେ ଖେଳାଳି କରୋନା ପଜିଟିଭ ବାହାରିଲେ ତାଙ୍କ ସ୍ଥାନରେ ନୂତନ ଖେଳାଳି ସାମିଲ ହୋଇପାରିବେ ।*ଚିୟରଲିଡର୍ସ ମଧ୍ୟ ରହିବେ ନାହିଁ ମେଗା ସ୍କ୍ରିନ ରେକର୍ଡିଂ କରାଯାଇଥିବା ଭିଡିଓ ଦେଖାଇପାରିବେ ।* IPL ରେ ଅଂଶଗ୍ରହଣ କରୁଥିବା ଖେଳାଳି, ସପୋର୍ଟ ଷ୍ଟାଫ, ମ୍ୟାଚ ଅଫିସିଆଲ, ହୋଟେଲ ଷ୍ଟାଫ ଓ ମେଡିକାଲ ଟିମ୍ କେବଳ ରହିବେ । ଏହା ବ୍ୟତୀତ କାହାକୁ ଖେଳାଳି ଭେଟି ପାରିବେ ନାହିଁ । ଏହି ନିୟମ ଭାଙ୍ଗିଲେ ଖେଳାଳି ଦଣ୍ଡିତ ହେବେ ।*ଦୁଇ ପ୍ରତିଦ୍ୱନ୍ଦ୍ୱୀ ଟିମର ଅଧିନାୟକ ହାତ ମିଳାଇ ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *