ମାଆ ସମଲେଇଙ୍କ ଧବଳମୁଖୀ ବେଶ

ପୁରୀ: ଆଜି ପବିତ୍ର ମହାଳୟା ଅବସରରେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । କୋଭିଡ କଟକଣା ଯୋଗୁଁ ମନ୍ଦିରରେ ମାଆଙ୍କ ଦର୍ଶନ ବନ୍ଦ ରଖାଯାଇଛି। ବର୍ଷ ତମାମ ମା ସିନ୍ଦୂର ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କିନ୍ତୁ ମହାଳୟାରେ ସେ ଶ୍ୱେତବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ଲୋକ ବିଶ୍ୱାସ ଅନୁଯାୟୀ, ପିତୃପକ୍ଷ ପାଳନର ଶେଷଦିନରେ ମାଙ୍କୁ ଏହି ବେଶରେ ଦର୍ଶନ କଲେ ଗଙ୍ଗାଦର୍ଶନର ଫଳ ମିଳିଥାଏ ।

ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ମା’ଙ୍କର ଏହି ବେଶ ଗଙ୍ଗା ବେଶ ବା ସରସ୍ବତୀ ବେଶ ବୋଲି ମଧ୍ୟ କୁହାଯାଏ। ବର୍ଷରେ ଥରେ ହେଉଥିବା ମାଙ୍କ ଏହି ବିରଳ ବେଶ ଦର୍ଶନ ପାଇଁ ସବୁବର୍ଷ ଶ୍ରଦ୍ଧାଳୁଙ୍କ ବେଶ୍‌ ଭିଡ଼ ଜମିଥାଏ। ଚଳିତ ବର୍ଷ ଭକ୍ତମାନେ ଘରେ ରହି ଡିଜିଟାଲ ପ୍ଲାଟଫର୍ମରେ ମାଆଙ୍କ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି

Leave a Reply

Your email address will not be published. Required fields are marked *