ଚେତନହୀନତା କାରଣ, ଲକ୍ଷଣ ଓ ଉପଚାର

ସକାଳବ୍ୟୁରୋ: ସ୍ନାୟୁ ଏବଂ ମସ୍ତିଷ୍କର ସ୍ଵାଭାବିକ କାର୍ଯ୍ୟ ପ୍ରକ୍ରିୟାରେ ବ୍ୟତିକ୍ରମ ସୃଷ୍ଟି ହେଲେ ଚେତନହୀନତା ଦେଖାଯାଏ । ମସ୍ତିଷ୍କର ଆଘାତ ସହିତ ଶରୀରର ଅନ୍ୟ କେତେକ ଅବସ୍ଥାରେ ମଧ୍ୟ ଏହି ଚେତନହୀନତା ଦେଖାଯାଇଥାଏ ।ଚେତନହୀନତା ଦୁଇ ପ୍ରକାର ଯଥା –ଆଂଶିକ ଚେତନହୀନତାସଂପୂର୍ଣ୍ଣ ଚେତନହୀନତାଆଂଶିକ ଚେତନହୀନତାଲକ୍ଷଣ :ବହୁତ କଷ୍ଟରେ ଜବାବ ଦିଏ ।ଆଖିପତା ଖୋଲିଲେ ତାହାକୁ ପ୍ରତିରୋଧ କରେ ।ହଠାତ୍ ଆଲୁଅ ପଡିଲେ ଆଖିପୁଅ ଛୋଟ ହୋଇଯାଏ ।ସଂପୂର୍ଣ୍ଣ ଚେତନହୀନତାଲକ୍ଷଣ :ଯେତେ ଡାକିଲେ ରୋଗୀ ଜବାବ ଦିଏ ନାହିଁ ।ଆଖିପତା ସହଜରେ ଖୋଲି ହୁଏ ।ଆଖିରେ ଆଲୁଅ ପଡିଲେ ଆଖି ପୁଅ ର କୌଣସି ପରିବର୍ତ୍ତନ ହୁଏ ନାହିଁ । ଆଖି ପୁଅ ବହୁତ ଓ ସ୍ଥିର ହୋଇଥାଏ ।ଚେତନହୀନତାର କେତେକ କାରଣମସ୍ତିଷ୍କର ଆଘାତ, ଅପସ୍ମାର, ପିଲାଙ୍କର ପିହୁଳା ରୋଗ ମୂର୍ଚ୍ଛାବାତ, ମୂର୍ଚ୍ଛା, ଅତ୍ୟଧିକ ଉତ୍ତାପ ବହୁମୂତ୍ର ରୋଗ, ଅଧିକ ମାତ୍ରାରେ ଇନ୍ ସୁଲିନ୍ ଗ୍ରହଣ, ଉନ୍ମାଦ, ସକ୍। ଅତ୍ୟଧିକ ରକ୍ତସ୍ରାବ, ଅତ୍ୟଧିକ ଜ୍ଵର, ବିଷକ୍ରିୟା, ଅତ୍ୟଧିକ ମଦ୍ୟପାନ, ବୈଦ୍ୟୁତିକ ସକ୍ ନିଶା ବଟିକା ଆଦି ଖାଇବା ଦ୍ଵାରା ହୋଇଥାଏ ।ଚେତନହୀନତାର ଉପଚାରକବାଟ ଝରକା ଖୋଲି ଘର ମଧ୍ୟରୁ ପବନ ଚଳାଚଳ କରନ୍ତି । ବିଷାକ୍ତ ବାଷ୍ପ ଥିବା ସ୍ଥାନରୁ ବ୍ୟକ୍ତିକୁ ବାହାରକୁ ବାହାରକରି ଆଣି ଆଶଂରୁ । ବ୍ୟକ୍ତିର କୃତ୍ରିମ ଦାନ୍ତ ଥିଲେ କାଢିଦିଅ । ଲୋକ ଭିଆ ଥିଲେ ଆହତ ବ୍ୟକ୍ତିକୁ ଘେରି ନ ରହିବା ପାଇଁ କୁହ ।ବ୍ୟକ୍ତିର ଦେହରୁ ଲୁଗା ଢିଲା କରିଦିଅନ୍ତି ।ଯଦି ଥଣ୍ଡାପାଗ ଥାଏ ତେବେ ଆହତ ବ୍ୟକ୍ତିକୁ କମ୍ବଳରେ ଘୋଡାଇ ରଖନ୍ତୁ ।ଶ୍ଵାସକ୍ରିୟା ଶବ୍ଦ ହେଉଥିଲେ, ତାର ପାଟି ସଫାକରି କଡମାଡି ଶୁଆଇ ଦିଅ କିମ୍ବା ଶ୍ଵାସକ୍ରିୟାରେ କଷ୍ଟ ହେଉଥିଲେ ତାଙ୍କୁ ଆରାମ ଦାୟକ ଭାବେ ଅବସ୍ଥାନରେ ରଖନ୍ତୁ ।ଆହତ ବ୍ୟକ୍ତିକୁ ଏକୁଟିଆ ଛାଡିଯାଅ ନାହିଁ, ଡାକ୍ତରଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ତାହା ସହିତ ରୁହନ୍ତୁ ।କୌଣସି ଖାଦ୍ୟ ଓ ପାନୀୟ ପାଟି ବାଟେ ଦିଅନ୍ତୁ ନାହିଁ ।ଆହତ ବ୍ୟକ୍ତିର ଚେତନା ଫେରିଆସିଲେ ଓ ଶୋଷ ଲାଗିଲେ କେବଳ ତାର ଓଠକୁ ଉଦା କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *