ସମ୍ବଲପୁରୀ ମାସ୍କରେ ସୀତାରମଣ

ସକାଳବ୍ୟୁରୋ: ପୁଣିଥରେ ସାଂସଦରେ ଓଡ଼ିଶାର ମାନ ବଢ଼ାଇଲେ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ । ସୋମବାର ଦିନ ବସିଥିବା ମୋୖସୁମୀ ଅଧିବେଶନରେ ନିର୍ମଳା ମୁଁହରେ ସମ୍ବଲପୁରୀ ମାସ୍କ ପିନ୍ଧି ଥିବାର ଦେଖିବାକୁ ମିଳିଥିଲା। ଖାଲି ନିର୍ମଳା ନୁହେଁ ବରଂ ସଂସଦ ଭବନରେ ଅନେକ ଜଣଙ୍କୁ ଏହିପରି ସମ୍ବଲପୁରୀ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।ତେବେ ବରିଷ୍ଠ ବିଜେପି ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ ସଂସଦରେ ସାମ୍ବଲପୁରୀ ମାସ୍କ ବିତରଣ କରିଥିବା ଜଣାପଡିଛି । ଏନେଇ ସୁରେଶ ଟ୍ୱିଟ କରି ଲେଖିଥିଲେ ଯେ, “ଭାରତ ବର୍ଷର ଲୋକସଭା ସଦନରେ ସାଂସଦ ମାନଙ୍କୁ ବରଗଡ଼ ର ବୟନିକା ଡ଼ାଇରେକ୍ଟର ଶ୍ରୀ ସଞ୍ଜୟ ମେହେରଙ୍କ ନିର୍ମିତ ସମ୍ବଲପୁରୀ ମାସ୍କ ଉପହାର କରିଥିଲି ।ଆମ ଅଞ୍ଚଳର ପାରମ୍ପାରିକ ହସ୍ତତନ୍ତ ସାମଗ୍ରୀକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ପଂଚାୟତରେ ପ୍ରଚାର କରି ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଏକ ଛୋଟ ପ୍ରୟାସ”।

ସୂଚନାଯୋଗ୍ୟ ଏହା ପ୍ରଥମ ନୁହେଁ ଯେବେ ନିର୍ମଳାଙ୍କର ସମ୍ବଲପୁରୀ କପଡା ପ୍ରତି ଦୁର୍ବଳତା ଦେଖିବାକୁ ମିଳିଛି, ଆଗରୁ ମଧ୍ୟ ଏହା ଲୋକଲୋଚନକୁ ଆସିଛି। ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିର୍ମଳା ଯେବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ସେବେ ସେ ଏକ ସମ୍ବଳପୁରୀ ଶାଢ଼ୀ ରେ ନଜର ଆସିଥିଲେ । ଏହାପରେ ମଧ୍ୟ ଅନେକ ବାର ନିର୍ମଳା ସମ୍ବଲପୁରୀ ବସ୍ତ୍ରରେ ନଜର ଆସିଛନ୍ତି । ଓଡିଶାର ସମ୍ବଳପୁରୀ ଶାଢ଼ୀ/ କପଡା ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ବେଳେ ଦେଶର ବିତ୍ତ ମନ୍ତ୍ରୀଙ୍କ ଦେହରେ ଏହା ବାର ବାର ଶୋଭା ପାଉଥିବା ଦେଖି ଅନେକ ଖୁସି ଜାହିର କରିଛନ୍ତି ।

Leave a Reply

Your email address will not be published. Required fields are marked *