ରକ୍ତହୀନତା ରୋଗରେ ପୀଡିତ କି?

ସକାଳ ବ୍ୟୁରୋ: ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ । ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ ।ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ ‘ନାହିଁ ରକ୍ତ’ ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।

ରକ୍ତରେ ଲୋହିତ ରକ୍ତକଣିବା ବା ହିମୋଗ୍ଲୋବିନ୍‌ର ମାତ୍ରା କମିଗଲେ, ରକ୍ତହୀନତା ସମସ୍ୟା ଦେଖାଯାଏ। ହିମୋଗ୍ଲୋବିନ୍‌ ଲୋହିତ ରକ୍ତକଣିକାର ପ୍ରୋଟିନ୍‌ ଅ˚ଶ। ଏହା ରକ୍ତରେ ଅମ୍ଳଜାନ ଧରିରଖେ। ଏଣୁ ହିମୋଗ୍ଲୋବିନ୍‌ କମିଯିବା ଦ୍ବାରା ଶରୀରରେ ଅମ୍ଳଜାନର ମାତ୍ରା ମଧୢ କମିିଯାଏ। ଖାଦ୍ୟପେୟରେ ଅନିୟମିତତା କି˚ବା ଅନ୍ୟ କୌଣସି ରୋଗ କାରଣରୁ ରକ୍ତହୀନତାରେ ପଡ଼ିପାରନ୍ତି। 

ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ । ଶେତା ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ ।

ରକ୍ତହୀନତାର ତିନିଟି ମୁଖ୍ୟ କାରଣ। ଦୁର୍ଘଟଣା, ରକ୍ତବାନ୍ତି, ସ୍ତ୍ରୀଲୋକମାନଙ୍କର ଅଧିକ ରକ୍ତସ୍ରାବ ଏହାର କାରଣ। ଅନ୍ୟ ଏକ କାରଣ ହେଉଛି ରକ୍ତ ଭାଙ୍ଗି ନଷ୍ଟ ହୋଇଯିବା ଅର୍ଥାତ୍‌ ସିକଲ୍‌ ସେଲ୍‌ ଆନେମିଆ, ଥାଲାସେମିଆ ଏବ˚ ସ˚କ୍ରମଣ ଯଥା ମାଲେରିଆ ଯୋଗୁଁ ମଧୢ ରକ୍ତହୀନତା ହୋଇଥାଏ। ତୃତୀୟ କାରଣ ହେଉଛି ଶରୀରରେ ରକ୍ତ କମ୍‌ ତିଆରି ହେବା ଅର୍ଥାତ୍‌ ଲୌହହୀନତା, ଭିଟାମିନ୍‌ ବି୧୨ ଓ ଫୋଲିକ୍‌ ଏସିଡ୍‌ର ଅଭାବ ଏବ˚ କିଛି କର୍କଟ ରୋଗ ଯୋଗୁଁ ଶରୀରରେ ରକ୍ତ ତିଆରି କମିଯାଏ। ଏ କ୍ଷେତ୍ରରେ ଭିଟାମିନ୍‌ ବି୧୨ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ। ଶାକାହାରୀ ତଥା ମଦ୍ୟପାନକାରୀଙ୍କ କ୍ଷେତ୍ରରେ ଏହି ଭିଟାମିନ୍‌ ହ୍ରାସ ହେବାର ଆଶଙ୍କା ଅଧିକ। ଏଥି ପ୍ରତି ସଚେତନ ରହନ୍ତୁ। ସେହି ପରି ଶରୀରରେ ଦୁର୍ଘଟଣାଜନିତ ରକ୍ତସ୍ରାବ କି˚ବା କୌଣସି ଅଙ୍ଗ କଟିଗଲେ, ତୁରନ୍ତ ଚିକିତ୍ସିତ ହେବା ଉଚିତ। ନଚେତ୍‌ ଅଧିକ ରକ୍ତକ୍ଷରଣ ଯୋଗୁଁ ରକ୍ତହୀନତାରେ ପଡ଼ିପାରନ୍ତି। ଉପଯୁକ୍ତ ଖାଦ୍ୟପେୟ ଓ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ରକ୍ତହୀନତାର ପଡ଼ିବା ଆଶଙ୍କା କମ୍‌।

ବିଟ ଖାଆନ୍ତୁ …

ବର୍ତ୍ତମାନ ସବୁ ଋତୁରେ ବିଟ ମିଳୁଛି । ବିଟ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ବିଟରେ ଭରପୂର ମାତ୍ରରେ ଭିଟାମିନ ରହିଛି । ଏହାକୁ ଜୁସ କରି ଆପଣ ପିଇ ପାରିବେ । ବିଟ ଶରୀର ପ୍ରତିରୋଧକ କ୍ଷମତା ବଢିଥାଏ ।ସମସ୍ତେ ଜାଣନ୍ତି ବିଟ ଶରୀରରେ ରକ୍ତର ପରିମାଣ ବଢାଇଥାଏ । ବିଟରେ ପ୍ରଚୁର ପରିମାଣରେ ଆଇରନ ରହିଛି । ଏହା ଲାଲ ରକ୍ତ କଣିକାକୁ ସକ୍ରିୟ କରେ । ରକ୍ତହୀନତା ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ବିଟ ଜୁସ ଦିଅନ୍ତୁ । ପାଚନ କ୍ରିୟାକୁ ଠିକ ରଖେବିଟ ଜୁସରେ ଏକ ଚାମଚ ଲେମ୍ବୁ ରସ ମିଶାଇ ପିଇଲେ ରୋଗ ଦୂର ହୋଇଥାଏ । ଗ୍ୟାସଷ୍ଟ୍ରିକ ପାଇଁ ଏହା ମଧ୍ୟ ଲାଭଦାୟକ । ସକାଳୁ ଜଳଖିଆରେ ପ୍ରଥମେ ଏକ ଗ୍ଲାସ ବିଟ ଜୁସରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ।

Leave a Reply

Your email address will not be published. Required fields are marked *