ଆଜି ହେଉଛି ଇଞ୍ଜିନିୟର୍ସ ଡେ…

ସକାଳବ୍ୟୁରୋ: ଇଞ୍ଜିନିୟରମାନେ ହେଉଛନ୍ତି ପରିଶ୍ରମ ଏବଂ ଦୃଢ଼ ସଂକଳ୍ପର ପ୍ରତୀକ । ସେମାନଙ୍କର ଅଭିନବ ଉତ୍ସାହ ବିନା ମାନବ ଜାତିର ପ୍ରଗତି ଅଧୁରା ।ଆଜି ଆମେ ଯେଉଁ ବିକାଶଶୀଳ ଦେଶର ଚିତ୍ର ଦେଖୁଛୁ ଏହା ପଛରେ ରହିଛି ଅନେକ ମହାମନିଷୀଙ୍କ ସାଧନା ଆଉ ତ୍ୟାଗ । ସେପରି ଜଣେ ସୃଜନଶୀଳ ପ୍ରତିଭା ଥିଲେ ଡ଼. ବିଶ୍ୱେଶ୍ୱରାୟ । ସେପ୍ଟେମ୍ବର ୧୫ରେ ଜନ୍ମିତ ଏହି ଡ଼ିପ୍ଲୋମା ଇଞ୍ଜିନିୟରଙ୍କ ଦୂରଦୃଷ୍ଟିକୁ ଦେଶ ମନେପକାଇ ତାଙ୍କ ଜନ୍ମ ତିଥିକୁ ଇଞ୍ଜିନିୟର ଦିବସ ଭାବେ ପାଳନ କରୁଛି ।ପୁନେର ବିଜ୍ଞାନ କଲେଜରେ ଲାଇନେସିଏଟ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଯୋଗ ଦେଇ ସେ ୧୮୮୪ରେ ସମଗ୍ର ବମ୍ବେ ବିଶ୍ୱବିଦ୍ୟାଳୟରେ ସିଭିଲ ଡ଼ିପ୍ଲୋମା ଇଞ୍ଜିନିୟରିଂରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିଲେ । ବମ୍ବେ ପୁର୍ତ୍ତ ବିଭାଗର ଇଞ୍ଜିନିୟର ଭାବେ ସେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅନେକ ଅଧୁରା ଯୋଜନାକୁ ସେ ସଫଳତାର ସ୍ପର୍ଶ ଦେଇଥିଲେ । ୧୯୦୮ରେ ଦକ୍ଷିଣ ୟେମେନର ଏଡ଼େନ ବନ୍ଦର ପାଇଁ ପ୍ଲାନ ଦେଇ ସେ ବ୍ରିଟିଶ ସରକାରଙ୍କ ଠାରୁ ପ୍ରଶଂସିତ ହୋଇଥିଲେ । ମହୀଶୂରରେ ଦେବାନ ଥିବାବେଳେ ସେ ଏକ ବିଶ୍ୱବିଦ୍ୟାଳୟ ଯାନ୍ତ୍ରିକ ମହାବିଦ୍ୟାଳୟ, କଳା ଓ ବିଜ୍ଞାନ ମହାବିଦ୍ୟାଳୟ ଆଦି ନିର୍ମାଣ କରାଇଥିଲେ । ଡଃ ବିଶ୍ୱେଶ୍ୱରାୟଙ୍କ ଯୋଗଦାନକୁ ଏ ଜାତି ଚିର ଦିନ ମନେ ରଖିବ । ତାଙ୍କର ଜନ୍ମ ଦିବସକୁ ଇଞ୍ଜିନିୟର ଦିବସ ରୂପେ ପାଳନ କରାଯାଏ ।

Leave a Reply

Your email address will not be published. Required fields are marked *