ଚୀନ ନଜରରେ ଭାରତର ପାୱାରଫୁଲ ନେତା: ତାଲିକାରେ ଅଛି ନବୀନଙ୍କ ନାଁ

ନୂଆଦିଲ୍ଲୀ: ଭାରତୀୟ ରାଜନେତାଙ୍କ ସମ୍ପର୍କରେ ଚୋରାରେ ତଥ୍ୟ ସଂଗ୍ରହ କରୁଛି ଚୀନ । ଚୀନର ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଜଣାଶୁଣା ଚେହେରା ରହିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତର ୧୩୫୦ ରାଜନେତାଙ୍କ  ସମେତ ୧୦,୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଉପରେ ନଜର ରଖିଛିନ୍ତି ଗୁପ୍ତଚରୀ କରୁଛି ଚୀନ । ଚୀନର ଏହି ତାଲିକାରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୪୦ ମୁଖ୍ୟମନ୍ତ୍ରୀ। ଯାହାଙ୍କ ମଧ୍ୟରେ ରହିଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ । ଏହାସହ ୩୫୦ଜଣ ଏମପି ଓ ୭୦ ମେୟର ମଧ୍ୟ ଏହି ତାଲିକାରେ ଥିବା ଜଣାପଡିଛି। ଏମାନଙ୍କ ବ୍ୟତୀତ ସୋନିଆ ଗାନ୍ଧୀ, ମନମୋହନ ସିଂ, ବିପିନ ରାୱତ, ଏସଏ ବୋବଡେ ପ୍ରମୁଖଙ୍କ ନାମ ମଧ୍ୟ ରହିଛି । ଭାରତର ଇଂଟେଲଜେନ୍ସି ଏଜେନ୍ସି ସତର୍କତା ଅବଲମ୍ବନ କରିବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ହୋଇଛି କି ନାହିଁ ତାହାର ତଦନ୍ତ ଆରମ୍ଭ କରିଛି ।ଏଥି ମଧ୍ୟରେ ପ୍ରତିରକ୍ଷା ବିଭାଗର ମୁଖ୍ୟ ବିପିନ୍ ରାୱତଙ୍କ ସହ ୬୦ ବରିଷ୍ଠ କାର୍ଯ୍ୟରତ ତଥା ଅବସରପ୍ରାପ୍ତ ସେନା ଅଧିକାରୀଙ୍କର ମଧ୍ୟ ନାଁ ରହିଛି । ଏଥିରେ ପରମାଣୁ ଶକ୍ତି ଆୟୋଗ ଠାରୁ ଆରମ୍ଭ କରି ଇସ୍ରୋର ବୈଜ୍ଞାନିକଙ୍କ ନାମ ପର୍ଯ୍ୟନ୍ତ ସାମିଲ ରହିଛି ।

Leave a Reply

Your email address will not be published. Required fields are marked *