ସିନେପ୍ରେମୀଙ୍କ ମନରେ ରହିବେ ହାକିମ ବାବୁ

ଭୁବନେଶ୍ୱର: କାହାପାଇଁ ସେ ହାକିମ ବାବୁ ତ ଆଉ କାହା ପାଇଁ ସରପଂଚ ବାବୁ । ନିଜର ନିଖୁଣ ଅଭିନୟ ସହ ଓଲିଉଡ଼କୁ ସେ ଭେଟି ଦେଇଥିଲେ ୬୦ ରୁ ଉର୍ଦ୍ଧ୍ବ ସିନେମା। କପାଳ ଲିଖନ ଓ ସିନ୍ଦୁର ବିନ୍ଦୁ ଭଳି କାଳଜୟୀ ସିନେମାର ସେଥିଲେ ଜୀବନ୍ତ ନାୟକ ।ପ୍ରଥମେ ଜଣେ ମଂଚ ଅଭିନେତା,ପରେ ଅଭିନେତା , ନିର୍ଦ୍ଦେଶକ, ନାଟ୍ୟଗୁରୁ ତଥା ଓଡ଼ିଆ ସିନେ ଜଗତର ଜଣାଶୁଣା ନାଁ ଅଜିତ ଦାସ । ଆମକୁ ଛାଡି ଆଜି ଆରପାରିରେ। ମଂଚ ଅଭିନୟ ଶିକ୍ଷାନୁଷ୍ଠାନ, ଅଭିନୟ ଜାଗୃତ ଇନ୍‌ଷ୍ଟିଚ୍ୟୁଟ ଅଫ ଥିଏଟରର ସେ ଥିଲେ ପ୍ରତିଷ୍ଠାତା । ଯୁବ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଉଥିଲେ ପ୍ରଶିକ୍ଷଣ । ପିଲା ଦିନୁ ନାଟକ ସହ ସେ ଅଙ୍ଗାଙ୍ଗୀ ଭାବେ ଜଡିତ ଥିଲେ । ଆଉ ନାଟକ ଦେଖୁ ଦେଖୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ଅଜିତ । ତା’ପରେ ଓଲିଉଡରେ ଆରମ୍ଭ ହୋଇଥିଲା ଅଜିତଙ୍କ ଲମ୍ବା ଇନିଂସ୍ ।ଅଜିତଙ୍କୁ ୧୯୭୬ ମସିହାରେ ସିନ୍ଦୁର ବିନ୍ଦୁ ଫିଲ୍ମରେ ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ମିଳିଥିଲା । ତା’ପରେ ନାୟକ ଓ ଚରିତ୍ର ଭୂମିକାରେ ବହୁ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ଅଜିତ । ସରପଂଚ ବାବୁ, ହାକିମ ବାବୁ, ଲୁଟତରାଜ, ସିନ୍ଦୁରବିନ୍ଦୁ, ଆହୁତି, ପୁର୍ନମିଳନ, ସନ୍ଧ୍ୟାତାରା, ତୁଣ୍ଡବାଇଦ, ମାଆ, ଜଗା ହାତରେ ପଘା, ଲକ୍ଷେ ଶିବ ପୂଜି ପାଇଛି ପୁଅ, ସୁନା ଚଢ଼େଇ, ଗୋଲାମ ଗିରି, ବଳିଦାନ, ତପସ୍ୟା ଭଳି ଫିଲ୍ମରେ ଅଜିତ ଦାସଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ମନରେ ତାଙ୍କୁ ଚିରଦିନ ପାଇଁ ଅମର କରି ରଖିଥିବ ।

Leave a Reply

Your email address will not be published. Required fields are marked *