କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି କି? ତେବେ ଖାଆନ୍ତୁ ଚ୍ୱବନପ୍ରାଶ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । ଏହା ସହ ତାଳ ଦେଇ ବଢି ଚାଲିଛି ସୁସ୍ଥତା ହାର । ତେବେ ଆପଣ ଯଦି କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ତେବେ କିଭଳି ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ସେନେଇ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ଗାଇଡଲାଇନ୍ ଜାରି କରାଯାଇଛି ।କରୋନାରୁ ଭୂତାଣୁରୁ ସୁସ୍ଥ ହେବା ପରେ ଚ୍ୱବନପ୍ରାଶ ଖାଇବାକୁ ପରାମର୍ଶ ଦେଇଛି କେନ୍ଦ୍ର ଆୟୁଷ ମନ୍ତ୍ରାଳୟ । ସକାଳୁ ଉଷୁମ ପାଣି କିମ୍ବା କ୍ଷୀର ସହ ଗୋଟିଏ ଚାମଚ ଚ୍ୱବନପ୍ରାଶ ଖାଇବା ସ୍ୱାସ୍ଥ୍ୟ ପ୍ରତି ହିତକର ବୋଲି କୁହାଯାଇଛି ।କରୋନା ଆକ୍ରାନ୍ତ ଚିକିତ୍ସା ପରବର୍ତ୍ତୀ ସମୟରେ ଚ୍ୱବନପ୍ରାଶ ସ୍ୱାସ୍ଥ୍ୟ ପ୍ରତି ଅନେକ ଲାଭ ଦେଇଥାଏ ବୋଲି କ୍ଲିନିକାଲ ପରୀକ୍ଷାରୁ ଜଣାପଡିଛି । ଆୟୁର୍ବେଦିକ ଡାକ୍ତର ମଧ୍ୟ ଚ୍ୱବନପ୍ରାଶ ଖାଇବାକୁ ପରାମର୍ଶ ଦେଇଛନ୍ତି ।ଏଥିସହ ସାମର୍ଥ୍ୟ ମୁତାବକ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ ଆଦି କରିବାକୁ କୁହାଯାଇଛି । ସବୁବେଳେ ମର୍ଣ୍ଣିଂ ଓ ଇଭିନିଂ ୱାକ କରିବା ସହ ସତେଜ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି ।ଧୂମ୍ରପାନ ଓ ମଦ୍ୟପାନ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ । ପର୍ଯ୍ୟାପ୍ତ ସମୟ ଶୁଅନ୍ତୁ ଓ ବିଶ୍ରାମ ନିଅନ୍ତୁ ବୋଲି ଆୟୁଷ ମନ୍ତ୍ରାଳୟ ପରାମର୍ଶ ଦେଇଛି । ପ୍ରତିଦିନ ଲେମ୍ବୁ କିମ୍ବା ହଳଦୀ ପାଣିରେ କୁଳି କରିବାକୁ ମଧ୍ୟ କୁହାଯାଇଛି ।

Leave a Reply

Your email address will not be published. Required fields are marked *