ଆରପାରିରେ ଅଜିତ ଦାସ

ଭୁବନେଶ୍ୱର: ଆରପାରିରେ ଓଡ଼ିଆ ସିନେ ଜଗତର ବର୍ଷୀୟାନ ଅଭିନେତା ଅଜିତ ଦାସ । ଅଜିତ ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଖବର ପ୍ରସାରିତ ହେବାପରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି।

ଅଜିତ ଦାସ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ଥିଲେ । ଏଥିସହ ତାଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା । ହସପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

କରଞ୍ଜିଆରେ ଜନ୍ମ ଗ୍ରହଣ କରିଥିବା ଅଜିତ୍ ଦାସ ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ହାକିମବାବୁ ଚଳଚ୍ଚିତ୍ରକୁ ମିଳିଥିଲା ଜାତୀୟ ପୁରସ୍କାର । ସିନ୍ଦୁର ବିନ୍ଦୁ ଚଳଚିତ୍ରରୁ ନିଜ ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ ଅଜିତ ଦାସ୍‌ ।

Leave a Reply

Your email address will not be published. Required fields are marked *