ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୦୦ କୋଟିର ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ଚଳିତ ବନ୍ୟାରେ ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ମାସ ବନ୍ୟାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ବେଳେ ଚାଷୀଙ୍କ ନିମନ୍ତେ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ସରକାରଙ୍କ ଘୋଷଣା ଅନୁଯାୟୀ, ବନ୍ୟାରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଥିଲେ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮ଶହ ଟଙ୍କା ଓ ଜଳସେଚିତ ଜମି ପାଇଁ ୧୩ ହଜାର୫୦୦ ଟଙ୍କା ସହାୟତା ମିଳିବ । ରବିଋତୁରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦ ହଜାର ଡାଲି ବିହନ ମିନି କିଟ୍ ଯୋଗାଇ ଦିଆଯିବ । ଦୁଇ ହଜାର ଚାଷୀଙ୍କୁ ୫୦ ପ୍ରତିଶତ ସବସିଡିରେ ପାଣି ପମ୍ପ ଯୋଗାଇ ଦିଆଯିବ । ସେହିପରି ୫୦ ପ୍ରତିଶତ ସବସିଡିରେ ୫ ହଜାର ପାୱାର ସ୍ପ୍ରେ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *