ଘରୋଇ ହିଂସା କ’ଣ? ଏହାକୁ ନେଇ କ’ଣ ରହିଛି ଆଇନ, ଜାଣନ୍ତୁ

ସକାଳବ୍ୟୁରୋ: ପରିବାରର କୌଣସି ପୁରୁଷ ବ୍ୟକ୍ତିଙ୍କ କୌଣସି କାର୍ଯ୍ୟ ତ୍ରୁଟି କିମ୍ବା ମନମୁଖୀ କାର୍ଯ୍ୟ କିମ୍ବା କାର୍ଯ୍ୟକଳାପ, ଯାହାକି ମହିଳାଙ୍କର ମାନସିକ କିମ୍ବା ଶାରୀରିକ ସୁସ୍ଥତାରେ କିମ୍ବା ଅଙ୍ଗର ନିରାପତ୍ତା ପ୍ରତି କ୍ଷତି ଘଟାଏ କିମ୍ବା ଘଟାଇବା ନିମନ୍ତେ ଉଦ୍ଦେଶିତ ଥାଏ  । ଯାହାକି ଶାରୀରିକ,ମୌଖିକ ଏବଂ ସମବେଦନାଶୀଳ କ୍ଷତି, ଅର୍ଥନୈତିକ କ୍ଷତି ଏବଂ କୌଣସି ଯୌତୁକ ନିମନ୍ତେ ଅବୈଧ ଦାବୀ ପୂରଣ କରିବା ନିମନ୍ତେ କଷ୍ଟ ଏବଂ ବାଧ୍ୟତା କରାଯାଏ ତେବେ ଏହାକୁ ଗୃହ ହିଂସା କୁହାଯାଏ ।ପୀଡିତ ମହିଳା, କେବଳ ଯୌତୁକ ନିର୍ଯ୍ୟାତନା  କ୍ଷେତ୍ରରେ, ପରିବାରର ମହିଳା ସଦସ୍ୟାଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ  ।ସୁରକ୍ଷା ଅଧିକାର ଏବଂ ମାଗଣା ଆଇନଗତ ସେବା ସଂବନ୍ଧରେ ସୂଚୀତ ହେବା ନିମନ୍ତେ, ପିଡିତା ମହିଳାଙ୍କର ଅଧିକାର ଅଛି  ।ସୁରକ୍ଷା ଆଦେଶ କିମ୍ବା ମାଜିଷ୍ଟ୍ରେଟଙ୍କ ଦ୍ଵାରା ଆଦେଶ ପୀଡିତା ମହିଳାଙ୍କ ସପକ୍ଷରେ ମଞ୍ଜୁର କରାଯାଇପାରେ  ।ଅଂଶ-ଗ୍ରହଣକାରୀ ଗୃହରେ ବାସ କରିବା ଅଧିକାର ପୀଡ଼ିତା ମହିଳାଙ୍କର ଅଛି  ।ମହିଳାଙ୍କର ସନ୍ତାନମାନଙ୍କ ନିମନ୍ତେ ବସବାସ ଆଦେଶ, ଆର୍ଥିକ ଆଦେଶ, ରକ୍ଷଣାବେକ୍ଷଣ ଆଦେଶ, କ୍ଷତିପୂରଣ ଆଦେଶ ଏବଂ ମଧ୍ୟବର୍ତ୍ତୀକାଳୀନ ଏବଂ ଏକତରଫା ଆଦେଶ ନିମନ୍ତେ, ପୀଡିତା ମହିଳା ହକଦାର ଅଟନ୍ତି  ।ଡାକ୍ତରୀ ସୁବିଧା ସହିତ ଆଶ୍ରୟ ଗୃହ ଇତ୍ୟାଦି ସୁରକ୍ଷା ଅଧିକାରୀ ଏବଂ ସେବା ଯୋଗାଣକାରୀଙ୍କର ସମସ୍ତ ସାହାଯ୍ୟ, ଉକ୍ତ ମହିଳାଙ୍କୁ ଯୋଗାଇ ଦିଆଯାଇପାରେ  ।ଘରୋଇ ହିଂସାକାଣ୍ଡ କାର୍ଯ୍ୟାନୁଷ୍ଠାନ, ଆବଦ୍ଧ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇପାରେ  ।ଆଦେଶ ପ୍ରଦାନ ତାରିଖରୁ ୩୦ ଦିନ ମଧ୍ୟରେ, ସେସନ୍ସ ନ୍ୟାୟାଳୟରେ ଏକ ଅପିଲ ଦାଏର କରାଯାଇପାରେ  ।ଦ୍ଵିତୀୟ ଅପିଲ ନିମନ୍ତେ କୌଣସି ବ୍ୟବସ୍ଥା ନାହିଁ  ।ଫୌଜଦାରୀ କାର୍ଯ୍ୟବିଧି ସଂହିତା, ୧୯୭୩ ଅନୁଯାୟୀ, ଅପିଲର ବ୍ୟବସ୍ଥା ଅନୁଯାୟୀ ଅପିଲ ଫଇସଲା କରାଯିବ  ।ସୁରକ୍ଷା ଆଦେଶର ଉଲ୍ଲଂଘନ, ଧର୍ତ୍ତବ୍ୟ ଏବଂ ଜାମିନ ହୀନ ଅପରାଧ ଅଟେ, ଯାହାକି ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୨୦ ହଜାର ଟଙ୍କା ଜୋରୀମାନା , କିମ୍ବା ଉଭୟରେ ଦଣ୍ଡନୀୟ ଅଟେ ।ସଂପୃକ୍ତ ରାଜ୍ୟ ସରକାରଙ୍କର ପୂର୍ବ ମଞ୍ଜୁରୀ ସହିତ, ତାଙ୍କ କର୍ତ୍ତବ୍ୟରେ ଅବହେଳା ନିମନ୍ତେ ସୁରକ୍ଷା ଅଧିକାରୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୨୦,୦୦୦.୦୦ ଜୋରୀମାନା  ସହିତ କିମ୍ବା ଉଭୟରେ ଦଣ୍ଡିତ କରିବା ନିମନ୍ତେ ମୋକଦ୍ଦମା କରାଯାଇପାରେ  ।

Leave a Reply

Your email address will not be published. Required fields are marked *