ପୁଣି ଚାଲିବ ଯୁବିଙ୍କ ବଲ୍ଲା !

ପଞ୍ଜାବ: ଅବସର ପରେ ବି ପୁଣି ଚାଲିବ ଯୁବରାଜ ସିଂଙ୍କ ବଲ୍ଲା ! ଏନେଇ ଯୁବି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ପତ୍ର ଲେଖିଛନ୍ତି । ଉଭୟ ଖେଳାଳି ଓ ମେଣ୍ଟର ଭାବେ ସେ ଦଳ ସହ ରୁହନ୍ତୁ ବୋଲି ପଞ୍ଜାବ କ୍ରିକେଟ ଆସୋସିଏସନର ସଂପାଦକ ପୁନୀତ ବାଲି ଅନୁରୋଧ କରିଥିଲେ । ଯୁବି ମଧ୍ୟ ଦଳ ସହ ଅଭ୍ୟାସ ଶିବିରରେ ଯୋଗ ଦେଇ ଲୟ ଫେରିପାଇବାକୁ ଚେଷ୍ଟା ଚଳାଇଛନ୍ତି । ଅବସର ନେଇ ସାରିଥିଲେ ବି ତାଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ଅନୁମତି ମିଳୁ ବୋଲି ସେ ବିସିସିଆଇ ସଭାପତିଙ୍କୁ ପତ୍ରରେ ନିବେଦନ କରିଛନ୍ତି ।ଭାରତର ଅଲରାଉଣ୍ଡର କ୍ରିକେଟର ତଥା ୨୦୧୧ ବିଶ୍ୱକପ୍ ବିଜୟର ହିରୋ ଯୁବରାଜ ସିଂ ଅବସରରୁ ବାହାରକୁ ଆସିବା ସହ ଘରୋଇ କ୍ରିକେଟ୍ ରେ ତାଙ୍କ ରାଜ୍ୟ ପଞ୍ଜାବକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ନିଜ ରାଜ୍ୟ ତରଫରୁ ଯୁବରାଜ ଖେଳିବାକୁ ଯାଉଥିବା ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ (ପିସିଏ) ସଭାପତି ସୂଚନା ଦେଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯୁବରାଜ ଯଦି ଅବସର ପରେ ପୁଣି ପଡିଆକୁ ଫେରନ୍ତି ତେବେ ସେ ପଞ୍ଜାବ ପାଇଁ କେବଳ ଟି -୨୦ ଫର୍ମାଟ୍ ଖେଳିବାର ସମ୍ଭାବନା ରହିଛି। ଏନେଇ ସରକାରୀ ଘୋଷଣା ଗୁରୁବାର ଦିନ ହେବାକୁ ଯାଉଛି। ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା ଯୁବରାଜ କହିଛନ୍ତି। ଅନ୍ୟପଟେ ପିସିଏ ସେକ୍ରେଟାରୀ କହିଛନ୍ତି ଯେ, “ଯୁବରାଜଙ୍କ ଅବସରକୁ ନେଇ ଆଉଥରେ ଭାବିବାକୁ ମୁଁ ତାଙ୍କୁ ଅନୁରୋଧ କରିଥିଲି, କାରଣ ୟଙ୍ଗ ପିଲାମାନଙ୍କୁ ସେ ମେଣ୍ଟରିଂ କରନ୍ତୁ ବୋଲି ମୁଁ ଚାହୁଁଥିଲି। ଗୁରୁବାର ସୁଦ୍ଧା ମୁଁ ଏହାକୁ ସରକାରୀ ଭାବେ ଅନୁମୋଦିତ କରାଇବା” ନେଇ ସମ୍ଭାବନା ରହିଥିବା ଗଣମାଧ୍ୟମକୁ ପଏସି ସେକ୍ରେଟାରୀ କହିଛନ୍ତି । ୨୦୧୭ ରେ ଭାରତ ପାଇଁ ତାଙ୍କର ଶେଷ ଅନ୍ତର୍ଜାତୀୟ ଖେଳ ଖେଳି ଗତ ବର୍ଷ ଜୁନ ମାସରେ ଯୁବରାଜ ସିଂ ସମସ୍ତ ପ୍ରକାର ଭାରତୀୟ କ୍ରିକେଟ୍ ରୁ ବିଦାୟ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *