ଆଗକୁ ପାର୍ବଣ: ପୂଜା ପାଇଁ ଜାରି ହେଲା ଗାଇଡ଼ଲାଇନ

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ ଆସୁଥିବା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆଦି ପାଳନ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସରେ ପଡୁଥିବା ପର୍ବପର୍ବାଣୀ ପାଇଁ ଏହି ଗାଇଡଲାଇନ୍ ଜାରି କରାଯାଇଛି । ଏହି ଗାଇଡ ଲାଇନ୍ ଅନୁଯାୟୀ, ବିନା ଭକ୍ତରେ ଏହି ସମେତ ପୂଜା ସମ୍ପନ୍ନ ହେବ। ବିନା ଗହଳିରେ ଓ ସାଧାରଣ ଲୋକଙ୍କ ବିନା ଏହା ସମ୍ପନ୍ନ ହେବ । ଏହାସହ ସ୍ଥିତି ପରଖି ସ୍ଥାନୀୟ ଜିଲ୍ଲାପାଳ ପୂଜା ପାଇଁ ଅନୁମତି ଦେବେକି ନାହିଁ ତାହା ନିର୍ଭର କରେ । ଏହାସହ ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ହେବନି। କର୍ତ୍ତା ଓ ବ୍ରାହ୍ମଣଙ୍କୁ ମିଶାଇ ମଣ୍ଡପରେ ମାତ୍ର ୭ଜଣ ରହିବେ। ଭସାଣି ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ ବନ୍ଦ ରଖାଯାଇଛି। କୃତ୍ରିମ ପୋଖରୀରେ ମୂର୍ତ୍ତିଗୁଡିକୁ ବିସର୍ଜନ କରାଯିବ।ତେବେ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିବା ଦଣ୍ଡନୀୟ ଅପରାଧ ବୋଲି ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *