ବନ୍ଧା ହେଲେ ରିୟା

ମୁମ୍ବାଇ: ଶେଷରେ ବଲିଉଡ ଅଭିନେତ୍ରି ରିୟା ଚକ୍ରବର୍ତ୍ତୀଙ୍କ ହାତରେ ପଡିଲା ହାତକଡି । ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଏନ୍‌ସିବି ରିୟଙ୍କୁ ଆଜି ଗିରଫ କରିଛି । ଆଜି ତୃତୀୟ ଦିନରେ ଜେରା କରିବା ପରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ତାଙ୍କୁ ଗିରଫ କରିଛି । ଆଜି ସନ୍ଧ୍ୟାରେ ରିୟାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଆଜି ଜେରା ବେଳେ ରିୟା ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଥିବା ଜଣାପଡିଛି। ଏହା ସହ ୨୫ ବଲିଉଡ କଳାକାରଙ୍କ ଏନସିବି ତାଲିକା ପ୍ରସ୍ତୁତ କରିଛି । ସେମାନଙ୍କୁ ସମନ କରାଯିବ ।

Leave a Reply

Your email address will not be published. Required fields are marked *