ସାକ୍ଷରତା ଦିବସ: ପ୍ରଥମ ୧୦ ରାଜ୍ୟ ମଧ୍ୟରେ ନାହିଁ ଓଡ଼ିଶା

ନୂଆଦିଲ୍ଲୀ: ବିଶ୍ୱରୁ ନିରକ୍ଷରତା ଦୂର କରିବା ନିମନ୍ତେ ଆଜି ୫୪ ତମ ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ ପାଳିତ ହେଉଛି। ୧୯୬୬ରେ ୟୁନିସ୍କୋ(ସଂଯୁକ୍ତ ରାଷ୍ଟ୍ର ଶିକ୍ଷକ ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ)ଶିକ୍ଷା ପ୍ରତି ଲୋକଙ୍କ ଆଗ୍ରହକୁ ବୃଦ୍ଧି କରିବା ନିମନ୍ତେ ପ୍ରତି ବର୍ଷ ସେପ୍ଟେମ୍ବର ୮କୁ ଅନ୍ତରାଷ୍ଟ୍ରୀୟ ବିଶ୍ୱ ସାକ୍ଷରତା ଦିବସ ଭାବେ ପାଳନ କରାଯାଉଛି। ଜାତୀୟ ପରିସଂଖ୍ୟନ କାର୍ଯ୍ୟାଳୟ ଏହାକୁ ଦୃଷ୍ଟିରେ ରଖି ଦେଶର ସାକ୍ଷରତା ହାର ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟ ଅନୁଯାୟୀ ସର୍ବାଧିକ ୯୬.୨ % ସହ ଏହି ତାଲିକାର ଶୀର୍ଷରେ ରହିଛି କେରଳ। ଦ୍ବିତୀୟରେ ରହିଛି ଦିଲ୍ଲୀ ଯାହାର ସାକ୍ଷର ହାର ରହିଛି ୮୮.୭ %. । ତୃତୀୟ ସ୍ଥାନରେ ରହିଛି ଉତ୍ତରାଖଣ୍ଡ । ଏହାର ସାକ୍ଷରତା ହାର ରହିଛି ୮୮.୬ % । ଏହା ପଛକୁ ରହିଛି ହିମାଚଳ ପ୍ରଦେଶ, ଏହାର ସାକ୍ଷରତା ହାର ୮୬.୬% ଏହାସହ ଆସାମରେ ୮୫.୯% ନାଗରିକ ସାକ୍ଷର ଥିବା ରିପୋର୍ଟରେ ପ୍ରକାଶ । ଅନ୍ୟପଟେ ଦେଶରେ ହାରାହାରି ସାକ୍ଷରତା ହାର ହେଉଛି ୭୭.୭ %।ଓଡ଼ିଶାର ସାକ୍ଷରତା ହାର ଖରାପ ରହିଛି । ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସାକ୍ଷରତା ହାର ରହିଛି ୭୭.୩% । ଏହି ସଂଖ୍ୟା ସହ ତାଲିକାର ଦ୍ୱାଦଶ ସ୍ଥାନରେ ରହିଛି ଓଡ଼ିଶା ରହିଛି । ଏହି ତାଲିକାରେ ସବୁଠୁ ତଳେ ରହିଛି ଆନ୍ଧ୍ରପ୍ରଦେଶ । ଆନ୍ଧ୍ରରେ ସାକ୍ଷରତା ହାର ରହିଛି ମାତ୍ର ୬୬.୪% । ଏହା ଉପରକୁ ରହିଛି ରାଜସ୍ଥାନ, ଯାହାର ହାର ୬୯.୭%, ରହିଛି। ସେହିପରି ବିହାରରେ ୭୦.୯ ତେଲେଙ୍ଗାନାରେ ୭୨.୮%, ଉତ୍ତରପ୍ରଦେଶରେ ୭୩% ଓ ମଧ୍ୟପ୍ରଦେଶରେ ୭୩.୭% ରହିଛି ।

Leave a Reply

Your email address will not be published. Required fields are marked *