କଟକଣା କୋହଳ ପରେ ଟ୍ଵିନ ସିଟିରେ ବଢୁଛି ସଂକ୍ରମଣ: ପ୍ରଶାସନ ନେବ କଡା ପଦକ୍ଷେପ!

କଟକ/ଭୁବନେଶ୍ୱର: ଦ୍ୱୈତ ନଗରୀରେ ଚିନ୍ତା ବଢ଼ାଉଛି କରୋନା । କଟକଣା କୋହଳ ପରେ କଟକ ଓ ଭୁବନେଶ୍ୱରରୁ ହଜାର ଉପରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ୬ ମାସର କରୋନା ଲଢେଇରେ ଦେଶ ଓ ରାଜ୍ୟର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି । ସରକାର ଅର୍ଥନୀତିକୁ ସୁଧାରିବା ପାଇଁ କଟକଣା କୋହଳ କରିଛନ୍ତି । ମାତ୍ର କଟକଣା କୋହଳ ପରେ ବଢିଛି ସଂକ୍ରମଣ ।ବହୁ ଲୋକ ଗାଇଡ଼ଲାଇନ ଅନୁପାଳନ କରୁଥିବା ବେଳେ କିଛି ଦାୟିତ୍ୱହୀନ ଲୋକ ସରକାରଙ୍କ ଚିନ୍ତା ବଢାଇଛନ୍ତି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବିଶେଷ କରି କଟକ ଓ ଭୁବନେଶ୍ୱରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।ସବୁ ଆଡେ ଲୋକଙ୍କ ଭିଡ଼ । ଭୁଲିଯାଉଛନ୍ତି ସାମାଜିକ ଦୂରତା ଓ ବ୍ୟକ୍ତିଗତ ସୁରକ୍ଷା ।ପ୍ରତିଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ସହରୀ ବାସିନ୍ଦାଙ୍କ ଦାୟିତ୍ୱହୀନତାକୁ ପ୍ରକାଶ କରୁଛି । । ତେବେ ଲୋକଙ୍କର ଏଭଳି ଦାୟିତ୍ଵ ହୀନ ଆଚରଣକୁ ଦୃଷ୍ଟିରେ ରଖି ସରକାର ଆଗାମୀ ଦିନରେ ସଂକ୍ରମଣ ରୋକିବା ନେଇ ନୂଆ ରଣନୀତି ଆପଣେଇବା ନେଇ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *